ETV Bharat / sitara

ଜାତିଆଣ ବିରୋଧରେ ବିକ୍ଷୋଭକୁ ହ୍ୟାରୀ ପୋଟର ଷ୍ଟାରଙ୍କ ସମର୍ଥନ - ହ୍ୟାରୀ ପୋଟର ଷ୍ଟାରଙ୍କ ସମର୍ଥନ

ଆମେରିକାରେ ଜାତିଆଣ ବିରୋଧରେ ବିକ୍ଷୋଭ ତୀବ୍ର ହୋଇଛି । ସାଧାରଣ ଲୋକଙ୍କଠାରୁ ସେଲିବ୍ରିଟି ସମସ୍ତେ ଏହାକୁ ସମର୍ଥନ ଦେଉଛନ୍ତି । ଏହି ତାଲିକାରେ ସାମିଲ ହୋଇଛନ୍ତି ହ୍ୟାରୀ ପୋଟର ଷ୍ଟାର ଇମ୍ମା ୱାଟସନ । ବୁଧବାର ଇନଷ୍ଟାଗ୍ରାମରେ ସେ ଏହା ଉପରେ ଏକ ଲେଖା ଲେଖିଛନ୍ତି । ଇମ୍ମା କହିଛନ୍ତି ଯେ ଜାତିଆଣ ଭେଦଭାବ ଅତୀତରୁ ବର୍ତ୍ତମାନ ଯାଏଁ ଲାଗି ରହିଛି । ଅଧିକ ପଢନ୍ତୁ...

ଜାତିଆଣ ବିରୋଧରେ ବିକ୍ଷୋଭକୁ ହ୍ୟାରୀ ପୋଟର ଷ୍ଟାରଙ୍କ ସମର୍ଥନ

author img

By

Published : Jun 3, 2020, 10:16 PM IST

ୱାଶିଂଟନ: ଆମେରିକାରେ ଜାତିଆଣ ବିରୋଧରେ ବିକ୍ଷୋଭ ତୀବ୍ର ହୋଇଛି । ସାଧାରଣ ଲୋକଙ୍କଠାରୁ ସେଲିବ୍ରିଟି ସମସ୍ତେ ଏହାକୁ ସମର୍ଥନ ଦେଉଛନ୍ତି । ଏହି ତାଲିକାରେ ସାମିଲ ହୋଇଛନ୍ତି ହ୍ୟାରୀ ପୋଟର ଷ୍ଟାର ଇମ୍ମା ୱାଟସନ ।

ବୁଧବାର ଇନଷ୍ଟାଗ୍ରାମରେ ସେ ଏହା ଉପରେ ଏକ ଲେଖା ଲେଖିଛନ୍ତି । ଇମ୍ମା କହିଛନ୍ତି ଯେ ଜାତିଆଣ ଭେଦଭାବ ଅତୀତରୁ ବର୍ତ୍ତମାନ ଯାଏଁ ଲାଗି ରହିଛି । ଯେଉଁ ସମ୍ପ୍ରଦାୟର ଲୋକ ଅଧିକ ସେମାନେ ଅନ୍ୟ ଉପରେ ଅତ୍ୟାଚାର କରିଛନ୍ତି । ଦୁର୍ବଳ ଶ୍ରେଣୀ ଉପରେ ନିଜର ପ୍ରଭାବ ଜବରଦସ୍ତ ପକାଇଛନ୍ତି । କୃଷ୍ଣକାୟ ସମ୍ପ୍ରଦାୟ ଏଠାରେ ଅନେକ ଦିନ ଧରି ଅତ୍ୟାଚାରିତ ହୋଇଛନ୍ତି । ଗୋରା ଶ୍ରେଣୀର ଲୋକଙ୍କୁ ଅଧିକ ସୁବିଧା ମିଳିଥାଏ ବୋଲି ଇମ୍ମା ପୋଷ୍ଟରେ କହିଛନ୍ତି ।

ଏହାସହ ସେ ଲେଖିଛନ୍ତି ଯେ ବିକ୍ଷୋଭକାରୀଙ୍କ କଷ୍ଟ ଓ ବେଦନା ମୁଁ ବୁଝିପାରୁଛି । ମୁଁ ସେମାନଙ୍କ ସହ ଅଛି । କୃଷ୍ଣକାୟଙ୍କ ସମର୍ଥନରେ ମୁଁ ଅଛି । ସେମାନଙ୍କ ଜୀବନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଫ୍ଲୋଏଡଙ୍କ ମୃତ୍ୟୁକୁ ବିରୋଧ କରିବା ସହ ଲୋକଙ୍କ ବିକ୍ଷୋଭକୁ ସମର୍ଥନ କରୁଛି ବୋଲି ଇମ୍ମା ଲେଖିଛନ୍ତି ।

ପ୍ରକାଶ ଥାଉ କି ନିକଟରେ ଜଣେ ଆଫ୍ରିକୀୟ-ଆମେରିକୀୟ ଲୋକ ଜର୍ଜ ଫ୍ଲୋଏଡର ବେକରେ ନିଜ ଆଣ୍ଠୁ ରଖି ତାହାର ମୁହଁକୁ ମାଟିରେ 8 ମିନିଟ୍ ଯାଏଁ ପୋତି ରଖିଥିଲେ ଜଣେ ପୋଲିସ ଅଫିସର । ହସ୍ପିଟାଲରେ ଫ୍ଲୋଏଡର ମୃତ୍ୟୁ ହେବା ପରେ ଆମେରିକାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଲୋକ ବିପୁଳ ସଂଖ୍ୟାରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.