ETV Bharat / sitara

‘ବ୍ଲାକ ପାନ୍ଥର’ର ଆକ୍ଟର ଚାଡୱିକଙ୍କୁ ମିସ୍ କରୁଛନ୍ତି ମାଇକେଲ, ଲେଖିଲେ ଭାବବିହ୍ବଳ ପୋଷ୍ଟ

ସୋସିଆଲ ମିଡିଆରେ ନିଜ କୋଷ୍ଟାର ଚାଡୱିକଙ୍କ ବିଷୟରେ ଅନେକ କଥା ସେୟାର କଲେ ମାଇକେଲ । ନିକଟରେ ଚାଡୱିକଙ୍କ ଦେହାନ୍ତ ହୋଇଥିଲା । ‘ବ୍ଲାକ ପାନ୍ଥର’ରେ ଏକାଠି କାମ କରିଥିଲେ ଦୁଇ ଷ୍ଟାର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଇକେଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଇକେଲ
author img

By

Published : Sep 1, 2020, 5:34 PM IST

ଲସ ଆଞ୍ଜେଲ୍ସ: କଳା ଜଗତ ପାଇଁ ଏବର୍ଷ କାଳ ସାଜିଛି । କାରଣ ଏବର୍ଷ ଅଧିକାଂଶ ଷ୍ଟାର୍ସଙ୍କ ମୃତ୍ୟୁ ଖବର ଦିନେ ଛଡା ଦିନେ ଶୁଣିବାକୁ ମିଳୁଛି । ବଲିଉଡଠୁ ନେଇ ଟଲିଉଡ ଓ ହଲିଉଡ ପର୍ଯ୍ୟନ୍ତ ଅନେକ କଳାକାର ଦୁନିଆ ଛାଡି ଚାଲିଗଲେଣି । ଗତ ଶନିବାର ହଲିଉଡର ସୁପରହିଟ୍ ଫିଲ୍ମ ‘ବ୍ଲାକ ପାନ୍ଥର’ର ଆକ୍ଟର ଚାଡୱିକ ବୋସେମାନଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁରେ ହଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା । କାରଣ ସେ ମାତ୍ର 43 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । କୋଲନ କ୍ୟାନ୍ସର ପାଇଁ ତାଙ୍କ ମୃତ୍ୟୁ ଘଟିଥିଲା । ଇତିମଧ୍ୟରେ ତାଙ୍କ ପାଇଁ ସୋସିଆଲ ମିଡିଆରେ ଇମୋସନାଲ ପୋଷ୍ଟ କରି ଚର୍ଚ୍ଚାରେ ଫେମସ ହଲିଉଡ ଆକ୍ଟର ମାଇକେଲ ବି. ଜୋର୍ଡନ । ‘ବ୍ଲାକ ପାନ୍ଥର’ରେ ଏକାଠି କାମ କରିଥିଲେ ଏହି ଦୁଇ ଷ୍ଟାର ।

ସେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ଚେଷ୍ଟା କରୁଛି ସେହି ଶବ୍ଦ ଖୋଜିବାକୁ । ହେଲେ କିଛି ପାଉନାହିଁ । ଯାହା ମୋର ଭାବନା ପ୍ରକାଶ କରିପାରିବ । ମୋର ସବୁ କଥା ମନେ ପଡିଯାଉଛି । ତାଙ୍କ ସହ ବିତାଇଥିବା ସମୟ । ତାଙ୍କ ସହ ହୋଇଥିବା କଥାବାର୍ତ୍ତା । ସବୁ ଖୁସି, ସବୁ ଯୁକ୍ତିତର୍କ ଆଉ ସବୁବେଳେ ସେ ମତେ କରୁଥିବା ଆଲିଙ୍ଗନ ମୋର ମନେ ପଡିଯାଉଛି । କାଶ୍ ଆମ ପାଖରେ ଆଉ କିଛି ସମୟ ଥାଆନ୍ତା ଜୀବନକୁ ଏକାଠି ବଞ୍ଚିବା ପାଇଁ ।

ଶେଷଥର ଆମେ କଥା ହୋଇଥିଲୁ । ଆଉ ପରସ୍ପର ସହ ସବୁବେଳେ କନେକ୍ଟ ରହିବାକୁ କଥା ଦେଇଥିଲୁ । ହେଲେ ଏବେ ବାସ୍ତବ ଆଉ କିଛି । କିଛି ବର୍ଷ ପୂର୍ବେ ଯେବେ ମୁଁ କ୍ୟାରିୟର ଆରମ୍ଭ କରୁଥିଲେ । ଯେତେବେଳେ ମୁଁ ମାତ୍ର 16 ବର୍ଷର ଥିଲି । ତୁମେ ମତେ ସବୁ କିଛି ଶିଖାଇଥିଲେ । ତୁମେ ଦେଖାଇଥିଲା କିପରି ମୁଁ ନିଜର ବେଷ୍ଟ ଦେଇପାରିବି । ଆଉ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିପାରିବି । ମୁଁ ତୁମକୁ ସବୁବେଳେ ଦେଖିଥିଲେ ଆଉ ସବୁ ଜିନିଷ ଶିଖୁଥିଲି । ହୁଏତଃ ଆମ ପାଖରେ ଆଉ କିଛି ସମୟ ଥାଆନ୍ତା । ମୁଁ ସବୁବେଳେ ତୁମକୁ ମିସ୍ କରିବି । ମୁଁ ମିସ୍ କରିବି ସେହି ଉପହାରକୁ ଯାହା ଆମେ ଫିଲ୍ମର ସିନରେ ପାଇଥିଲେ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.