ETV Bharat / sitara

50ବର୍ଷରେ ପାଦ ଥାପିଲେ ପବନ କଲ୍ୟାଣ

ଅଭିନେତାରୁ ରାଜନେତା ପାଲଟିଥିବା ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କର ଆଜି ଜନ୍ମଦିନ । ୫୦ବର୍ଷରେ ପାଦ ଥାପିଛନ୍ତି ପବନ । ଅଧିକ ପଢନ୍ତୁ...

50ବର୍ଷରେ ପାଦ ଥାପିଲେ ପବନ କଲ୍ୟାଣ
50ବର୍ଷରେ ପାଦ ଥାପିଲେ ପବନ କଲ୍ୟାଣ
author img

By

Published : Sep 2, 2021, 11:35 AM IST

ହାଇଦ୍ରାବାଦ: ଆଜି ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ଜନ୍ମଦିନ । ୫୦ବର୍ଷରେ ପାଦ ଥାପିଛନ୍ତି ପବନ । ଅଭିନେତାରୁ ରାଜନେତା ପାଲଟିଥିବା ଏହି ସାଉଥ ଷ୍ଟାର ଅନେକ ଫିଲ୍ମ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ।

୧୯୭୧ ମସିହା ଆଜିର ଦିନରେ ଆନ୍ଧ୍ରପ୍ରଦେଶର ବାପତାଲାରେ ଜନ୍ମ ହୋଇଥିଲେ ପବନ କଲ୍ୟାଣ । ବକିଲ ସାହେବ, ଗୋକୁଲାମଲୁ ସୀତା, ଗବର ସିଂ, ସ୍ବାଗତମ,ଥୋଲିପ୍ରେମା, ବଦ୍ରି ଖୁସି, ଜଲସା ଭଳି ଅନେକ ସୁପରହିଟ ସାଉଥ ଫିଲ୍ମରେ ନିଜର ଅଭିନୟର ଜଲୱା ଦେଖାଇଛନ୍ତି ପବନ ।

ପବନଙ୍କ ବିଷୟରେ କିଛି ତଥ୍ୟ...

ପବନଙ୍କ ପ୍ରକୃତ ନାମ କୋନ୍ଦେଲା କଲ୍ୟାଣ ବାବୁ । ଅଭିନେତା ତଥା ରାଜନେତା ଚିରଞ୍ଜୀବ ଓ ନଗେନ୍ଦ୍ର ବାବୁଙ୍କ ସାନ ଭାଇ ହେଲେ ପବନ । ରାମ ଚରଣ, ବରୁଣ ତେଜ, ସାଇ ଧର୍ମା ତେଜ ଓ ଅଲ୍ଲୁ ଅର୍ଜୁନ ହେଲେ ପବନଙ୍କ ପୁତୁରା ।

କରାଟେରେ ମାହିର ପବନ...

କାରାଟେରେ ବ୍ଲାକ ବ୍ଲେଟ ହାସଲ କରିଛନ୍ତି ପବନ । ଏହା ସହିତ ବିଭିନ୍ନ ସାମଗ୍ରୀରେ କଳାକୃତ୍ତି କରିବାରେ ଧୁରନ୍ଦର ପବନ । ଅଭିନୟ ସହିତ ଫିଲ୍ମ ଖୁସି, ତିନ ମାର ଓ ବଦ୍ରିରେ ଷ୍ଟଣ୍ଟ ସଂଯୋଜକ ଭାବରେ କାମ କରିଛନ୍ତି ପବନ ।

ଅଭିନୟ ଛଡା ସେ ଦାର୍ଶନିକ ଏବଂ ରାଜନେତା ଭାବରେ ଅନେକଙ୍କ ହୃଦୟ ଜିତିଛନ୍ତି । ପବନଙ୍କ ଅଟାରିଣ୍ଟିକି ଦରେଦି ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏପ୍ରିଲ ୨୦୦୧ରେ ପେପ୍ସିର ବ୍ରଣ୍ଡ ଆମ୍ବାସଡର ହେବାର ପ୍ରଥମ ସାଉଥଷ୍ଟାର ହେଲେ ପବନ ।

ପବନଙ୍କ ବୈବାହିକ ଜୀବନ...

ଏହି ସାଉଥ ସୁପରଷ୍ଟାର ୩ଥର ବିବାହ କରିଛନ୍ତି । ୧୯୯୭ରେ ନନ୍ଦୀନଙ୍କୁ ବିବାହ କରିଥିବାବେଳେ ୨୦୦୯ରେ ରେଣୁ ଦେଶାୟୀ ଓ ୨୦୧୩ରେ ଆନ୍ନା ଲେଜନେବାଙ୍କୁ ୨୦୧୩ରେ ବିବାହ କରିଥିଲେ । ବର୍ତ୍ତମାନ ଏହି ବିବାହକୁ ସଫଳ କରି ରଖିବାରେ ସକ୍ଷମ ହୋଇଛନ୍ତି ପବନ ।

୨୦୦୮ରେ ଯୁବରାଜାୟମର ସଭାପତି ଭାବରେ ପବନ ରାଜନୀତରେ ଏଣ୍ଟ୍ରି ମାରିଥିଲେ । ପରେ ଦଳ ଛାଡି ୨୦୧୪ରେ ସେ ଜନ ସେନା ପାର୍ଟି ଗଠନ କରିଥିଲେ । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ବିଜେପି ମିଳିତ ମଞ୍ଚ ପାଇଁ ବ୍ୟାପକ ପ୍ରଚାର କରିଥିଲେ । ଜନ ସେନା ପାର୍ଟି ପ୍ରତିଷ୍ଠା କରିବା ପରେ ପୱନ କଲ୍ୟାଣ 2014ରେ ଭାରତର ସବୁଠାରୁ ଗୁଗଲ ସେଲିବ୍ରିଟି-ରାଜନେତା ହୋଇଥିଲେ । ଆଜି ଏହି ସୁପରଷ୍ଟାରଙ୍କ ଜନ୍ମିଦିନରେ ତାଙ୍କୁ ଛୁଟୁଛି ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.