ETV Bharat / sitara

ଫିଲ୍ମ ଫ୍ରାଇଡେରେ ଆସିଲା 'ରଙ୍ଗ ବରଷିବ ଟୁପୁରୁ ଟୁପୁରୁ'

ରିଲିଜ ହେଲା ଓଡ଼ିଆ ଫିଲ୍ମ 'ରଙ୍ଗ ବରଷିବ ଟୁପୁର ଟୁପୁର' । ପାରିବାରିକ କାହଣୀକୁ ନେଇ ଆଧାରିତ ଫିଲ୍ମ । ବର୍ଷାରେ ନିୟୁ କମର ତାପସ ଓ ଅଭିନେତ୍ରୀ ସୁଶ୍ରୀ ରଥଙ୍କ ଯୋଡି ଦେଖିବେ ଦର୍ଶକ ।

author img

By

Published : Aug 2, 2019, 11:49 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ଫିଲ୍ମ 'ରଙ୍ଗ ବରଷିବ ଟୁପୁର ଟୁପୁର'। ଯାହାର ପ୍ରିମିୟର ଭୁବନେଶ୍ବର ସ୍ଥିତ ଶ୍ରୀୟା କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିୟୁ କମର ହିରୋ ଭୂମିକାରେ ତାପସ ଓ ଅଭିନେତ୍ରୀ ସୁଶ୍ରୀ ରଥଙ୍କ ଯୋଡିକୁ ଶ୍ରୀମହାପାତ୍ର ଅତି ସୁନ୍ଦର ଭାବେ କାହାଣୀରେ ଦେଖାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଫିଲ୍ମର ପ୍ରିମିୟର ସୋରେ, ବହୁ କଳାକାର ,ଟେକ୍ନିସିଆନଙ୍କ ଠାରୁ ନିର୍ଦ୍ଦେଶକ ଓ ପ୍ରଯୋଜକ ମଧ୍ୟ ଯୋଗ ଦେଇଥିଲେ। ଏକ ଓଡ଼ିଆ ପରିବାରର କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟିର ରୂପ ଦେଇଛନ୍ତି ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର। ପୂର୍ବରୁ ଅନେକ ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ହିସାବରେ ଦର୍ଶକଙ୍କ ପାଖରେ ନିଜର ଖାସ ପରିଚୟ ସୃଷ୍ଟି କରିଥିବା ଶ୍ରୀ ମହାପାତ୍ର ଏଥିରେ ନିର୍ଦ୍ଦେଶନା ଦାୟିତ୍ବ ତୁଳାଇଛନ୍ତି।

ଏହାବ୍ୟତୀତ କାହାଣୀ, ସ୍କ୍ରିନ ପ୍ଲେ, ସଂଳାପ ମଧ୍ୟ ସେ ନିଜେ ଲେଖିଛନ୍ତି। ଯାହାକୁ ବରିଷ୍ଠ ଅଭିନେତା ମିହିର ଦାସ, ଅପରାଜିତା ମହାନ୍ତି, ଅଶ୍ରୁ ମୋଚନ, ବିଜୁ ବଡ଼ଜେନା, ହର ରଥ ଭଳି କଳାକାରମାନେ ଜୀବନ୍ତ କରି ପରଦାରେ ଜୀବନ୍ତ ଗଢି ତୋଳିଛନ୍ତି।

ତେବେ ଫିଲ୍ମରେ ଦର୍ଶକଙ୍କ ପାଇଁ ପାରିବାରିକ କାହାଣୀ ସହିତ ସହିତ 5 ଟି ଶୃତି ମଧୁର ଗୀତ ଦର୍ଶକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇଛି । ମୋଟାମୋଟି ଭାବରେ କହିବାକୁ ଗଲେ କଳାକାରଙ୍କ କହିବା ଅନୁସାରେ କପି ଓ ପେଷ୍ଟ ଫିଲ୍ମ ଅପେକ୍ଷା ଓଡ଼ିଆ କାହାଣୀକୁ ନେଇ ଏକ ସୁନ୍ଦର ପ୍ରେମ ଓ ପାରିବାରିକ ମନୋରଞ୍ଜନ ଧର୍ମୀ ଫିଲ୍ମ ହୋଇଛି 'ରଙ୍ଗ ବରଷିବ ଟୁପୁର ଟୁପୁର' ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ।

Intro:ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ଫିଲ୍ମ ରଙ୍ଗ ବର୍ଷିବ ଟୁପୁର ଟୁପୁର।ଯାହାର ପ୍ରିମିୟର ସ୍ଥାନୀୟ ଶ୍ରୀୟା କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଯାଇଛି।ଯେଉଁଥିରେ ଫିଲ୍ମ ର ବହୁ କଳାକାର ,ଟେକ୍ନିସିଆନଙ୍କ ଠାରୁ ନିର୍ଦେଶକ ଓ ପ୍ରଯୋଜକ ମଧ୍ୟ ଯୋଗ ଦେଇଥିଲେ।

Body:ଏକ ଓଡ଼ିଆ ପରିବାରର କାହାଣୀକୁ ନେଇ ଏହି ଚଳଚିତ୍ର ଟି ର ରୂପ ଦେଇଛନ୍ତି ନିର୍ଦେଶକ ଜିତେନ୍ଦ୍ର ମହାପାତ୍ର।ପୂର୍ବରୁ ଓଡ଼ିଆ ଦର୍ଶକଙ୍କ ନିକଟରେ ଧାରାବାହିକ ଓ ଚଳଚିତ୍ର ନିର୍ଦେଶକ ହିସାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀ ମହାପାତ୍ର ଏଥିରେ ନିର୍ଦେଶନା ଦେବା ବ୍ୟତୀତ କାହାଣୀ,ସ୍କ୍ରିନ ପ୍ଲେ,ସଂଳାପ ନିଜେ ଲେଖିଛନ୍ତି।ଯାହାକୁ ବରିଷ୍ଠ ଅଭିନେତା ମିହିର ଦାସ,ଅପରାଜିତା ମହାନ୍ତି,ଅଶ୍ରୁ ମୋଚନ,ବିଜୁ ବଡ଼ଜେନା,ହର ରଥ ଭଳି କଳାକାର ମାନେ ଜୀବନ୍ତ ଗଢି ତୋଳିଛନ୍ତି।ସେହିପରି ନୂତନ କଳାକାର ଭାବେ ତାପସ ଓ ସୁଶ୍ରୀ ରଥଙ୍କ ଯୋଡିକୁ ଶ୍ରୀ ମହାପାତ୍ର ସୁନ୍ଦର ଭାବେ ବ୍ୟବହାର କରି କାହାଣୀକୁ ଗତିଶୀଳ କରିବାରେ ସଫଳ ହୋଇଥିବା ଦେଖା ଯାଇଛି।
ମୁଖ୍ୟତଃ ମିହିର ଦାସ ଓ ଅପରାଜିତା ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଥିବା ଓ ପରେ ବିବାହ ହେବାର ସ୍ଥିର ହୋଇଥିଲା।କିନ୍ତୁ ପରିସ୍ଥିତିରେ ପଡି ମିହିର ଦାସ ଅନ୍ୟ ଜଣଙ୍କୁ ବିବାହ କରିବା ପର ଠାରୁ ଅପରାଜିତା ଓ ମିହିର ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା କୁ ନେଇ ଉକ୍ତ କାହାଣୀ ଟି ଗତିଶୀଳ ହୋଇଛି ।ଫଳରେ କାହାଣୀର ମୁଖ୍ୟ ନାୟକ ନାୟିକା ହିସାବରେ ଉଭୟ ନଜର ଆସୁଥିବା ବେଳେ ପ୍ରକୃତରେ ଚଳଚିତ୍ରରେ ନାୟକ ଓ ନାୟିକା ହୋଇଥିବା ତାପସ ଓ ସୁଶ୍ରୀ ଙ୍କ ଭୂମିକା ଖୁବ ଗୌଣ ନଜର ହେଉଛି।ତେବେ ଚଳଚିତ୍ର ଟିରେ ଦର୍ଶକଙ୍କ ପାଇଁ ପାରିବାରିକ କାହାଣୀ ସହିତ ସହିତ 5 ଟି ସୃତି ମଧୁର ଗୀତ ବେଶ ମନୋରଞ୍ଜନ ର ଖୋରାକ ଯୋଗାଇଛି।ଆଜିକାର ଗ୍ରାଫିକ୍ସ ଯୁଗରେ ଚଳଚିତ୍ରରେ ଫାଇଟ ଦୃଶ୍ୟ ଅତ୍ୟନ୍ତ ନିମ୍ନ ମାନର ଥିବା ବେଳେ ଏହା ଦର୍ଶକଙ୍କୁ କିଞ୍ଚିତ ମାତ୍ରାରେ ଅନ୍ୟମନସ୍କ କରିଛି।ପରନ୍ତୁ କୁନିକଳାକାର ମୟଙ୍କ ଅଭିନୟ ବେଶ ମନ ଛୁଆଁ ହୋଇଥିବା ଦେଖିବାକୁ ମିଳିଛି।

Conclusion:ମୋଟାମୋଟି ଭାବରେ କହିବାକୁ ଗଲେ କଳାକାରଙ୍କ କହିବା ଅନୁସାରେ କପି ଓ ପେଷ୍ଟ ଫିଲ୍ମ ଅପେକ୍ଷା ଏହା ଓଡ଼ିଆ କାହାଣୀକୁ ନେଇ ଏକ ସୁନ୍ଦର ପ୍ରେମ ଓ ପ୍ରେମ ଓ ପାରିବାରିକ ମନୋରଞ୍ଜନ ଧର୍ମୀ ଚଳଚିତ୍ର।ତେଣୁ ଏହାକୁ ବହୁ ବହୁ ସଂଖ୍ୟାରେ ଦେଖି କଳାକାରଙ୍କୁ ଉତ୍ସାହିତ କରିବାକୁ ସେମାନେ ନିବେଦନ କରିଛନ୍ତି।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ।
ବାଇଟ-ହିରୋଇନ-ସୁଶ୍ରୀ ରଥ
ବାଇଟ-ହିରୋ-ତାପସ
ବାଇଟ-କମେଡି-ନିରଞ୍ଜନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.