ETV Bharat / sitara

ଗୀତ ଗାଇ ଫସିଲେ ହ୍ୟୁମାନ ସାଗର, ମାମଲା ରୁଜୁ

author img

By

Published : Mar 18, 2020, 1:24 PM IST

ଗତ 7 ତାରିଖରେ ରିଲିଜ ହୋଇଥିବା ହ୍ୟୁମାନ ସାଗରଙ୍କ ଝିଅ ନୁହେଁ ତୁ କୋରୋନା ଭାଇରସ ଗୀତକୁ ନେଇ ବିବାଦ । ଅଭିଯୋଗ ଆଣିଲେ ସ୍ବାଭିମାନ ମଞ୍ଚ ସଦସ୍ୟ ।

ollywood singer human sagar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନ କ୍ଲବ

ଭୁବନେଶ୍ବର: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାମରେ ଏଫଆଇଆର ରୁଜୁ। ବର୍ତ୍ତମାନ ସାରା ବିଶ୍ବରେ କୋରୋନା ଭାଇରସ ମାରାତ୍ମକ ରୂପ ଧାରଣ କରିଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରଚାର ଓ ଅପପ୍ରଚାର ଚାଲିଛି। ତେବେ ଏହି ସମୟରେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର କୋରୋନାକୁ ଝିଅ ସହିତ ତୁଳନା କରି ଏକ ଗୀତ ଗାଇଛନ୍ତି। ଯାହାକି ନେଇ ସବୁ ମହଲରେ ନିନ୍ଦା କରାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଗୀତ ପାଇଁ ହ୍ୟୁମାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଶିକାର ହେବାକୁ ପଡିଛି। ଆଜି ସ୍ବାଭିମାନ ମଞ୍ଚ ପକ୍ଷରୁ ମଧ୍ୟ ଏହାକୁ ନେଇ ଆପତ୍ତି ପ୍ରକାଶ କରାଯାଇଛି । ଏହାସହ ଡିସିପିଙ୍କ ନିକଟରେ ଫେରାଦ ହୋଇଛି।

ତାଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିବା ସହ ତୁରାନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚ ପକ୍ଷରୁ ପୋଲିସ ନିକଟରେ ଦାବି କରାଯାଇଛି। ଆମ ସମାଜରେ ନାରୀ ସର୍ବଦା ସମ୍ମାନସ୍ପଦ ହୋଇ ଥିବାବେଳେ କେତେକ ଲୋକ ଶୁଖିଲା ନାମ ଅର୍ଜନ ପାଇଁ ଏଭଳି ପନ୍ଥା ଅପଣାଇଥିବା କହିଛନ୍ତି ମଞ୍ଚର ସଦସ୍ୟ ଲିନା ନନ୍ଦ ପରିଡା। ତେଣୁ ଆଉ ଆଗକୁ ଯେପରି କେହି ନାରୀକୁ ଅସମ୍ମାନ କଲାଭଳି କାର୍ଯ୍ୟ ନ କରନ୍ତି ସେଥିପାଇଁ ତାଙ୍କୁ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.