ETV Bharat / sitara

ସୁପରଷ୍ଟାର ରଜନିକାନ୍ତଙ୍କୁ ବୋମା ଧମକ !

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ବୋମା ଧମକ । ଗତ ଗୁରୁବାର ସୁପରଷ୍ଟାର ରଜନୀକାନ୍ତଙ୍କୁ ବୋମା ଧମକ ମିଳିଥିଲା।

author img

By

Published : Jun 19, 2020, 4:55 PM IST

_bomb threat
ସୁପରଷ୍ଟାର ରଜନିକାନ୍ତଙ୍କୁ ବୋମା ଧମକ !

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ବୋମା ଧମକ । ଗତ ଗୁରୁବାର ସୁପରଷ୍ଟାର ରଜନୀକାନ୍ତଙ୍କୁ ବୋମା ଧମକ ମିଳିଥିଲା।

ସୂଚନା ଅନୁଯାୟୀ, ଗତ ଗୁରୁବାର ଜଣେ ଅଜଣା କଲର ପୋଲିସ କଣ୍ଟ୍ରୋଲ ସେଣ୍ଟରକୁ କଲ କରି ରଜନିକାନ୍ତଙ୍କ ପୋଏସ ଗାର୍ଡେନରେ ବୋମା ଲଗାଇଥିବା ନେଇ ଜଣାଇଥିଲା । ଖବର ପାଇ ବୋମା ସ୍ବାର୍ଡ ଏବଂ ପୋଲିସ ରଜନିକାନ୍ତଙ୍କ ଘରେ ପହଞ୍ଚିଥିଲେ । ମାତ୍ର ତାଙ୍କ ପରିବାର କୋରୋନା ଭୟରେ ପୋଲିସଙ୍କୁ ଭିତରକୁ ଯିବାକୁ ମନା କରିଥିଲେ ।

ଏହାପରେ ସ୍ବାର୍ଡ ଟିମ୍ ଏବଂ ପୋଲିସ ପ୍ରାୟ 10 ମିନିଟ୍ ଧରି ଅପେକ୍ଷା କରିଥିଲେ । ​​କିନ୍ତୁ ପ୍ରବେଶକୁ ବାରଣ କରାଯାଇଥିବାରୁ ସେମାନେ ରଜନିକାନ୍ତଙ୍କ ଘର ବାହାରେ ଥିବା ସିକ୍ୟୁରିଟି ଗାର୍ଡ କ୍ୟାବିନ ଏବଂ ଅଞ୍ଚଳକୁ ଭଲ ଭାବରେ ଯାଞ୍ଚ କରିବା ପରେ ଫେରି ଆସିଥିଲେ। ତେବେ ପରେ ଏହା ଏକ ଫେକ ଧମକ ଥିବା ଜଣାପଡିଥିଲା ।

ଏହାପରେ ପୋଲିସ କଲ୍ କରିଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଏକ ଅପରେସନ ଆରମ୍ଭ କରିଥିଲେ । ଏହାପରେ ପୋଲିସ ଜାଣିବାକୁ ପାଇଲା ଯେ କଲ୍ କରିଥିବା ବ୍ୟକ୍ତି ତାମିଲନାଡୁର କୁଡାଲୋର ଜିଲ୍ଲା ନିକଟ ନେଲିକୁପମର ଅଷ୍ଟମ ଶ୍ରେଣୀର ଛାତ୍ର।

ଯିଏ ଶିଖିବାରେ ଅସୁବିଧା ଭୋଗୁଛି । ତେବେ ପୋଲିସ ତଦନ୍ତ କରି ଏବଂ ତାଙ୍କର ଡାକ୍ତରୀ ରେକର୍ଡ ଯାଞ୍ଚ କରିବା ପରେ ଛାତ୍ରକୁ ଛାଡି ଦେଇଥିଲେ ।

ତେବେ ଏହି ଘଟଣାରେ ରଜନୀକାନ୍ତଙ୍କ ମକ୍କାଲ ମାଣ୍ଡ୍ରମ (ଆରଏମଏମ)ର ସଦସ୍ୟମାନେ ସେହି ଛାତ୍ର ପରିବାରକୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.