ୱାଶିଂଟନ: କୃଷ୍ଣକାୟ ବିବାଦ ପରେ ଆମେରିକାରେ ବର୍ତ୍ତମାନ ଆଉ ଏକ ପ୍ରସଙ୍ଗ ଉପରେ ଖୁବ୍ ଚର୍ଚ୍ଚା ଚାଲିଛି । କିନ୍ନରଙ୍କ ଅସ୍ତିତ୍ବ ଓ ପରିଚୟ ଉପରେ ଚାଲିଥିବା ବିବାଦରେ ସାମିଲ ହୋଇଛନ୍ତି ହଲିଉଡ ଷ୍ଟାର । ହ୍ୟାରୀ ପୋଟର୍ ପୁସ୍ତକର ରଚୟିତା ଜେକେ ରାୱଲିଙ୍ଗ ମନ୍ତବ୍ୟକୁ ସମସ୍ତେ ସମାଲୋଚନା କରିଛନ୍ତି ।
ନିକଟରେ ହ୍ୟାରୀ ପୋଟର୍ ଫିଲ୍ମର ଷ୍ଟାର ରାୱଲିଙ୍ଗଙ୍କୁ ସମାଲୋଚନା କରିଥିଲେ । ଡାନିଏଲଙ୍କ ପରେ ଇମ୍ମା ୱାଟସନ ଏହି ମନ୍ତବ୍ୟକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ନିଜ ଟ୍ବିଟରରେ ସେ କିନ୍ନରଙ୍କୁ ସମର୍ଥନ ଜଣାଇବା ସହ ସେମାନଙ୍କ ପରିଚୟ ଉପରେ ପ୍ରଶ୍ନ ଉଠାଇବାର କାହାର ଅଧିକାର ନାହିଁ ବୋଲି କହିଛନ୍ତି । କିନ୍ନର ନିଜ ଜୀବନ ବଞ୍ଚିବାର ଅଧିକାର ପାଇଛନ୍ତି । ସେମାନଙ୍କ ପରିଚୟ ଉପରେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ ବୋଲି ଲିଟିଲ ୱମେନ ଆକ୍ଟର ମନ୍ତବ୍ୟ ଦେଇଛନ୍ତି ।
କିନ୍ନର ଆମ ଭଳି ସଧାରଣ ମଣିଷ । ସେମାନେ ବାହାର ଦୁନିଆରୁ ଆସିନାହାନ୍ତି । ସେମାନେ ସମସ୍ତେ ସମ୍ମାନ ଓ ଭଲ ପାଇବା ଆବଶ୍ୟକତା କରୁଛନ୍ତି । ତାଙ୍କ ପରିଚୟ ଉପରେ ପ୍ରଶ୍ନ ଉଠାଇବା ଅର୍ଥ ସେମାନଙ୍କ ପ୍ରତି ଅସମ୍ମାନ ବୋଲି ଇମ୍ମା କହିଛନ୍ତି । ପ୍ରକାଶ ଥାଉ କି ରାୱଲିଙ୍ଗ ନିକଟରେ ଏକ ଟ୍ବିଟରେ କିନ୍ନରଙ୍କ ଉପରେ ମନ୍ତବ୍ୟ ଦେଇଥିଲେ । ସେମାନଙ୍କ ଅସ୍ତିତ୍ବ ଉପରେ ସେ ଏକ ବ୍ୟାଙ୍ଗାତ୍ମକ କମେଣ୍ଟ ଦେଇଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।
କିନ୍ନରଙ୍କ ସମର୍ଥନରେ ହ୍ୟାରୀ ପୋଟର୍ ଅଭିନେତ୍ରୀ - Emma Watson supports transgender people
ନିକଟରେ ହ୍ୟାରୀ ପୋଟର୍ ଫିଲ୍ମର ଷ୍ଟାର ରାୱଲିଙ୍ଗଙ୍କୁ ସମାଲୋଚନା କରିଥିଲେ । ଡାନିଏଲଙ୍କ ପରେ ଇମ୍ମା ୱାଟସନ ଏହି ମନ୍ତବ୍ୟକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...