ଭୁବନେଶ୍ବର: ବାଲୁକା ଶିଳ୍ପ ଉପରେ ଆଧାରିତ ଚଳଚ୍ଚିତ୍ର 'ଦ ଆର୍ଟ ଅଫ ଲାଇଫ' କୁ ଦାଦା ସାହେବ ଫିଲ୍ମ ଆଓ୍ବାର୍ଡ-୨୦୨୧ରେ ଜୁରୀ ପୁରସ୍କାର ପାଇଛି । ବାଲୁକା କଳାକୁ ନେଇ କାହାଣୀ ଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏହି ଚଳଚ୍ଚିତ୍ରକୁ ବିଭିନ୍ନ ଦେଶର ଜୁରୀମାନେ ଜୁରୀ ପୁରସ୍କାର ପାଇଁ ମନୋନୀତ କରିଛନ୍ତି ।
ଦାଦା ସାହେବ ଫିଲ୍ମ ଆଓ୍ବାର୍ଡ-୨୦୨୧ରେ 'ଦ ଆର୍ଟ ଅଫ ଲାଇଫ' ଜୁରୀ ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହି ଚଳଚ୍ଚିତ୍ରରେ ସାରା ବିଶ୍ୱର ବାଲୁକା କଳାକୁ ଅସ୍ତିତ୍ବ ଓ ବିକାଶକୁ ନେଇ ଏକ କାହାଣୀ ରଚନା କରାଯାଇଛି ।
ଏହି ଫିଲ୍ମଟି ୨ ସାଙ୍ଗଙ୍କ ଉପରେ ଆଧାରିତ ହୋଇଥିବା ବେଳେ ୪୩ ମିନିଟର ଅବଧିରେ ପ୍ରସ୍ତୁତ କରାଯାଇଛି । ଉକ୍ତ ହିନ୍ଦୀ ଚଳଚ୍ଚିତ୍ରକୁ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା ନିର୍ମାଣ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଓଡ଼ିଶା ପର୍ଯ୍ୟଟନ ଓ ବାଲୁକାକଳାର ପ୍ରଚାର ପ୍ରସାର ଦିଗରେ ସହାୟକ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ଫିଲ୍ମକୁ ଭାରତ ସମେତ ବ୍ରାଜିଲ, ଆର୍ଜେଣ୍ଟିନା, ଚିଲି ,ୟୁକେ ଏବଂ ସ୍ପେନର ସୁପ୍ରସିଦ୍ଧ ଜୁରୀ ମାନେ ଜୁରୀ ପୁରସ୍କାର ପାଇଁ ଚୟନ କରିଛନ୍ତି । ଉକ୍ତ ଚଳଚ୍ଚିତ୍ରରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଅଭିନେତା ସୁଶାନ୍ତ ମିଶ୍ରଙ୍କ ସମେତ ବରିଷ୍ଠ ଅଭିନେତା ଜୁବୁଲି ସୁନ୍ଦର ନିତୁ ମିଶ୍ର ଓ କଳିଙ୍ଗ ଦାସ ପ୍ରମୁଖ ଅଭିନୟ କରିଛନ୍ତି ।
ବରିଷ୍ଠ ଅଭିନେତା ଜୁବୁଲି ସୁନ୍ଦରରାୟ , ରିତୁ ମିଶ୍ର ଏବଂ କଳିଙ୍ଗ ଦାଶ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଥିବା ଏକ ଇଂରାଜୀ ଗୀତର ଶ୍ରୀ ପଣ୍ଡା ନିର୍ଦ୍ଦେଶନା ଦେଇଥିବା ବେଳେ ଇଣ୍ଡିଆନ ଆଇଡଲ୍ ଫେମ ଚେଲସି ବେହୁରା ଗାଇଛନ୍ତି । ଗୀତକୁ ପ୍ରଫେସର ରମାକାନ୍ତ ମିଶ୍ର ରଚନା କରିଛନ୍ତି । ପ୍ରସନ୍ନ ପୃଷ୍ଟି ଏବଂ ସନ୍ତୋଷ ପଣ୍ଡା ଯୁଗ୍ମ ପ୍ରଯୋଜକ ଦାୟିତ୍ଵ ନେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ