ETV Bharat / sitara

ପରିହାସ କରି ଫସିଲେ, ଚିରାଚରିତ ଢଙ୍ଗରେ କ୍ଷମା ମାଗିଲେ - ରାନୁ ମଣ୍ଡଲ

ପ୍ରଥମେ ବିବାଦରେ ଆସି ଏବେ କ୍ଷମା ମାଗିଲେ କମେଡିଆନ ପପୁ ପମପମ । ନିକଟରେ ଷ୍ଟେସନ ଗାୟିକା ରାନୁ ମଣ୍ଡଲଙ୍କ ଗୀତର ନକଲ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଫସିଥିଲେ ପପୁ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍
author img

By

Published : Aug 27, 2019, 8:24 PM IST

ଭୁବନେଶ୍ବର: କିଛିଦିନ ହେବ ଓଲିଉଡର କମେଡି କିଙ୍ଗ ପପୁ ପମପମଙ୍କ ବିବାଦ ଥମିବାରେ ନାଁ ନେଉନାହିଁ । କେବେ ସେ ନିଜର ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ସମସ୍ୟାରେ ପଡୁଛନ୍ତି ତ ଆଉ କେବେ ନିଜର ଟିକଟକ ଭିଡିଓ ପାଇଁ । ନିକଟରେ ଟିକଟକରେ ଏକ ଭିଡିଓ ସେୟାର କରି ସେ ଚର୍ଚ୍ଚାରେ ଆସିଥିଲେ । ଯାହା ପରେ ତାଙ୍କୁ ସବୁ ମହଲରେ ନିନ୍ଦା କରାଯାଇଥିଲା । ଏହି ଘଟଣାରେ ଏବେ ସେ ପ୍ରତିକ୍ରିୟା ରଖିବା ସହ କ୍ଷମା ମଧ୍ୟ ମାଗିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍

ଇତିମଧ୍ୟରେ ପପୁ ଦେଇଥିବା ନିଜ ବୟାନରେ କହିଛନ୍ତି ଯେ, ସେ କାହାର ଅପମାନ କରିନାହାଁନ୍ତି । ସେ ଜଣେ କଳାକାର ରୂପେ ଅନ୍ୟ ଜଣେ କଳାକାରଙ୍କୁ ଉପହାର ଏବଂ ଶୁଭେଚ୍ଛା ଦେବାକୁ ଯାଇ ରାନୁଙ୍କ ଗୀତଟିକୁ ଗାଇଥିଲେ । ଗୀତ ଗାଇବାରେ ତାଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନଥିଲା । ହେଲେ ଏହାକୁ ନକରାତ୍ମକ ଢଙ୍ଗରେ ଉପସ୍ଥାପନା କରାଯାଇଛି ଯାହାକି ଆଦୌ ଠିକ ନୁହେଁ । ଆଉ ଯଦି କାହାକୁ ତାଙ୍କ ଗୀତ ଗାଇବା ଖରାପ ଲାଗିଛି ତେବେ ସେ ସେଥିପାଇଁ କ୍ଷମା ମାଗୁଛନ୍ତି ।

ପ୍ରକାଶ ଥାଉକି ସୋସିଆଲ ମିଡିଆରେ ରାତାରାତି ପପୁଲାର ହୋଇଥିବା ଷ୍ଟେସନ ଗାୟିକା ରାନୁ ମଣ୍ଡଲଙ୍କ ଗୀତର କପି କରି ଟିକଟକ ଭିଡିଓ ତିଆରି କରିଥିଲେ ପପୁ । ଭିଡିଓଟି ଭାଇରାଲ ହେବା ମାତ୍ରେ ପପୁଙ୍କୁ ନିନ୍ଦା କରାଯାଇଥିଲା । ଅନ୍ୟପଟେ ତାଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକତା ଅଛି ବୋଲି ସମାଲୋଚନା କରିଥିଲେ ସମାଜସେବୀ ଲିଙ୍କନ ସୁବୁଦ୍ଧି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.