ETV Bharat / sitara

କୋରୋନାରେ ପରିବାର ଦୁଇ ସଦସ୍ୟଙ୍କୁ ହରାଇଛନ୍ତି ବ୍ରିଟିଶ ଆକ୍ଟର ରିଜ - ବ୍ରିଟିଶ ଆକ୍ଟର ରିଜ ଅହମ୍ମଦ ବଡ ଖୁଲାସା

କୋରୋନାରେ ସଂକ୍ରମିତ ହୋଇ ବ୍ରିଟିଶ ଅଭିନେତା ରିଜଙ୍କ ପରିବାରରେ ଦୁଇଜଣଙ୍କ ମୃତ୍ୟୁ। ଯାହାକୁ ନେଇ ଖୁଲାସା କଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଜ ଅହମ୍ମଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଜ ଅହମ୍ମଦ
author img

By

Published : Apr 28, 2020, 7:05 PM IST

ଲଣ୍ଡନ: ବିଶ୍ବରେ କୋରୋନା ଭାଇରସ ତାଣ୍ଡବ। ଏହି ସଂକ୍ରମଣରେ ଲକ୍ଷ ଲକ୍ଷ ଜୀବନ ଚାଲିଗଲାଣି । ଧିରେ ଧିରେ କରି ଅନେକ ଲୋକଙ୍କ ସଂକ୍ରମିତ ହେବାରେ ଲାଗିଛନ୍ତି। ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟି ମଧ୍ୟ ଏହି ସଂକ୍ରମଣରୁ ବଞ୍ଚିପାରୁନାହାଁନ୍ତି । ଇତିମଧ୍ୟରେ ଜଣେ ବ୍ରିଟିଶ ଆକ୍ଟର ରିଜ ଅହମ୍ମଦ ବଡ ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କୋଭିଡ-19 ପାଇଁ ସେ ନିଜ ପରିବାରର ଦୁଇଜଣଙ୍କୁ ହରାଇଛନ୍ତି।

ଇଂରାଜୀ ମାଗାଜିନ ଜିକ୍ୟୁ ହାଇପରେ ସାକ୍ଷାତକାର ଦେଇ ରିଜ କହିଛନ୍ତି, ‘ମୁଁ କୋରୋନା ଭାଇରସ କାରଣରୁ ପରିବାର ଦୁଇ ସଦସ୍ୟଙ୍କୁ ହରାଇଛି। ମୁଁ କେବଳ ତାଙ୍କ ମୃତ୍ୟୁ ଉପରେ ବିଶ୍ବାସ କରିବାକୁ ଚାହୁଁଛି ଆଉ କିଛି ନୁହେଁ । ଆମ ଭଲ ଭବିଷ୍ୟତ କଳ୍ପନା କରିବାକୁ ପାଇଁ ପାଦ ବଢାଇବାକୁ ପଡିବ।’

ପ୍ରକାଶ ଥାଉକି ଲଣ୍ଡନରେ ଏକ ବ୍ରିଟିଶ ପାକିସ୍ତାନୀ ପରିବାରରେ ଜନ୍ମିତ ରିଜ ଭାରତରେ ବ୍ୟାପିଥିବା ଏହାର ଆତଙ୍କକୁ ନେଇ କହିଛନ୍ତି ଯେ ସେ ଇଣ୍ଡିଆରୁ ସବୁ ରିପୋର୍ଟ ଦେଖୁଛନ୍ତି। ଭାରତର ସବୁ ବ୍ୟବସ୍ଥା ଏହି ସମୟରେ ଭଲ ଅଛି ହେଲେ କୋରୋନା ଭାଇରସ ସମୟରେ ମଧ୍ୟ ହିନ୍ଦୁ-ମିସଲମ ଭେଦଭାବ କରାଯାଉଛି। ଯାହାକୁ ନେଇ ସେ ଅସନ୍ତୋଷ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.