ETV Bharat / sitara

#ବ୍ୟାଟେଲ କ୍ୟାପ ଚ୍ୟାଲେଞ୍ଜ ଗ୍ରହଣ କଲେ ଖିଲାଡି - jason statham

ସୋସିଆଲ ମିଡିଆରେ ଘୁରିବୁଲୁଛି #BattleCapChallenge । ପ୍ରଥମେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ଅକ୍ଷୟ ।

ଡିଜାଇନ ଫଟୋ
author img

By

Published : Jul 3, 2019, 3:39 PM IST

ମୁମ୍ବାଇ: ମଝିରେ ମଝିରେ ସୋସିଆଲ ମିଡିଆରେ କିଛି ଚ୍ୟାଲେଞ୍ଜ ଗ୍ରହଣ କରୁଥିବାର ନଜର ଆସିଥାଆନ୍ତି ସେଲିବ୍ରିଟି । ଏବେ ସେହିପରି ସୋସିଆଲ ମିଡିଆରେ ବ୍ୟାପିଛି ଆଉ ଏକ ଚ୍ୟାଲେଞ୍ଜ #BattleCapChallenge । ଏହି ଚ୍ୟାଲେଞ୍ଜରେ ଜଣେ ବ୍ୟକ୍ତିକୁ ସାମ୍ନାରେ ଘୁରୁଥିବା ବୋତଲର କ୍ୟାପ ଖୋଲିବାକୁ ପଡିଥାଏ । କିନ୍ତୁ ବୋତଲ ପଡିବ ନାହିଁ । ବର୍ତ୍ତମାନ ସେଲିବ୍ରିଟି ପରସ୍ପରକୁ ଏହି ଚ୍ୟାଲେଞ୍ଜ ଦେବାରେ ଲାଗିପଡିଛନ୍ତି ।

ହଲିଉଡ ପରେ ଏବେ ବଲିଉଡର ଆକ୍ସନ ଅଭିନେତା ଅକ୍ଷୟ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସାବ୍ୟସ୍ତ କରିଦେଇଛନ୍ତି ଯେ ସେ ସବୁ କଷ୍ଟାଦାୟକ କାମକୁ ସହଜରେ କରିପାରିବେ । ଏହି ଚ୍ୟାଲେଞ୍ଜ ଗ୍ରହଣ କରି ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ଭିଡିଓଟିକୁ ସେୟାର କରି ଅକ୍ଷୟ ଲେଖିଛନ୍ତି, "ମୁଁ ନିଜକୁ ରୋକିପାରିଲି ନାହିଁ #BattleCapChallenge ପାଇଁ । ନିଜ ଆଇଡଲ ଠାରୁ ଇନସ୍ପାୟର ହୋଇ ଦେଖିଥିବା ବେଷ୍ଟ ଭିଡିଓକୁ ରିଟ୍ବିଟ ଏବଂ ରିପୋଷ୍ଟ କରିବି । ତେବେ ଆସନ୍ତୁ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ।"

ପ୍ରକାଶ ଥାଉକି ଅକ୍ଷୟ ଏହି ଷ୍ଟଣ୍ଟ ହଲିଉଡ ଅଭିନେତା, ପ୍ରଯୋଜକ ଜେସନ ଷ୍ଟେଥନଙ୍କ ଠାରୁ ଇନସ୍ପାୟର ହୋଇ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଜେସନ ଏହି ଚ୍ୟାଲେଞ୍ଜ ଗ୍ରହଣ କରି ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.