ETV Bharat / sitara

ଆତ୍ମହତ୍ୟା ଧମକ ଦେଲେ ଭୋଜପୁରୀ ଅଭିନେତ୍ରୀ ରାନୀ - ଚର୍ଚ୍ଚାରେ ରାନୀ ଚାଟାର୍ଜୀ

ରାନୀ ଚାଟାର୍ଜୀ ବର୍ତ୍ତମାନ ଚର୍ଚ୍ଚାରେ । ସେ ସୋସିଆଲ ମିଡିଆରେ ଡିପ୍ରେସନ କଥା କହି ଆତ୍ମହତ୍ୟା ଧମକ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାନୀ ଚାଟାର୍ଜୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାନୀ ଚାଟାର୍ଜୀ
author img

By

Published : Jul 1, 2020, 5:45 PM IST

ମୁମ୍ବାଇ: କିଛି ଦିନ ହେବ ଫିଲ୍ମ ଜଗତରୁ ଖରାପ ଖବର ସାମ୍ନାକୁ ଆସିବାରେ ଲାଗିଛି । କିଛି ଦିନ ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଆଉ ଏବେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାନୀ ଚାଟାର୍ଜୀ ସୋସିଆଲ ମିଡିଆରେ ଖୁଲମଖୁଲା ଆତ୍ମହତ୍ୟାର ଧମକ ଦେଇଛନ୍ତି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।

ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଜଣାଇଛନ୍ତି ସେ ତାଙ୍କ ଜୀବନରେ ଖରାପ ସମୟ ଚାଲିଛି । ଖାଲି ଏତିକି ନୁହେଁ ପୋଷ୍ଟରେ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ପାଇଁ ତାଙ୍କ ଜୀବନରେ ଖରାପ ସମୟ ଆସିଛି । ତାଙ୍କ ପାଖରେ ଆଉ ଧୈର୍ଯ୍ୟ ନାହିଁ ସେ ଆତ୍ମହତ୍ୟା ମଧ୍ୟ କରିପାରନ୍ତି ।

ରାନୀ ପୋଷ୍ଟରେ ଜଣେ ବ୍ୟକ୍ତିଙ୍କ ଫଟୋ ଏବଂ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି । ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ଡିପ୍ରେସନରେ ଏବେ ଅଧିକ ଚିନ୍ତିତ ହୋଇଗଲେଣି । ସବୁବେଳେ ମୁଁ ସାହସୀ ଏବଂ ସକରାତ୍ମକ ରଖିବାର କଥା କହେ । ହେଲେ ମୋ ଦ୍ବାରା ଆଉ ହେଉପାରୁନାହିଁ । ଏହି ବ୍ୟକ୍ତି ଅନେକ ବର୍ଷରୁ ମୋ ବିଷୟରେ ଅଶ୍ଲୀଳ କଥା ଫେସବୁକରେ ଲେଖୁଛି । ମୁଁ ଏସବୁକୁ ଅଣଦେଖା କରିବାକୁ ଚେଷ୍ଟା କଲି । ଅନେକ ଲୋକଙ୍କ ସହ ମଧ୍ୟ କଥା ହେଲି । ସମସ୍ତେ ଗୋଟିଏ ପରାମର୍ଶ ଦେଇଥିଲେ ଅଣଦେଖା କରିବାକୁ । ହେଲେ ମୁଁ ବି ତ ମଣିଷ । ମୁଁ ମୋଟି, ବୁଢି ଯାହା କାମ କରୁଛି ତାହା ଉପରେ ଏହି ବ୍ୟକ୍ତି ଅନେକ ଖରାପ କଥା ଲେଖୁଛି । ଫ୍ୟାନ୍ସ ମତେ ଏହାର ସ୍କ୍ରିନସଟ ପଠାଉଛନ୍ତି । ମୁଁ ଆଉ ଅଣଦେଖା କରିପାରୁ ନାହିଁ । ଏମିତି ଚାଲିଲେ ମୁଁ ଆତ୍ମହତ୍ୟା କରିବି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.