ETV Bharat / sitara

ବେଙ୍ଗାଲୁରୁ ଡ୍ରଗ୍ସ ନେଟୱାର୍କ: ଆଉ ଜଣେ ସନ୍ଦିଗ୍ଧକୁ ଗିରଫ କଲା ସିସିବି

author img

By

Published : Sep 10, 2020, 7:37 PM IST

ଡ୍ରଗ୍ସ ଡିଲିଂ କେସରେ ଧରାପଡିଥିଲେ ଅଭିନେତ୍ରୀ ସଞ୍ଜନା ଓ ରାଗିନୀ । ଆଉ ଏବେ ଡ୍ରଗ ଡିଲର ପ୍ରଶାନ୍ତ ରାଙ୍କାକୁ ଧରିଛି ସିସିବି ପୋଲିସ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସର ସେଣ୍ଟ୍ରାଲ କ୍ରାଇମ ଶାଖା (ସିସିବି) କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ ସହିତ ଏ 4 ଅଭିଯୁକ୍ତ ପ୍ରଶାନ୍ତ ରାଙ୍କାକୁ ଗିରଫ କରିଛି । ଅଭିଯୁକ୍ତ ରାଙ୍କା ଡ୍ରଗ୍ସ କାରବାର କରନ୍ତି । ସେଲିବ୍ରିଟିଙ୍କ ସହ ସମାଜର ଅନ୍ୟ କେତେକ ଭିଭିଆଇପିଙ୍କ ପାଇଁ ଡ୍ରଗ୍ ଯୋଗାଇଥାଆନ୍ତି । ରାଙ୍କା ଜଣେ ଡ୍ରଗ୍ ପେଡଲର୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ବିରେନ ଖାନ୍ନା ଓ ରବିଶଙ୍କରଙ୍କ ସହ ଡ୍ରଗ୍ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି ।

ପ୍ରକାଶ ଥାଉକି କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରାଗିନୀ ଦ୍ବିବେଦୀ ନିକଟରେ ଡ୍ରଗ ଡିଲିଂ କେସରେ ସିସିବି ଦ୍ବାରା ଗିରଫ ହୋଇଥିଲେ । ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ସେ ଡ୍ରଗ ଅଭ୍ୟସ୍ତ । ତାଙ୍କ ସହ ଏଯାବତ 12ଜଣ ସନ୍ଦିଗ୍ଧଙ୍କ ନାମ ସାମ୍ନାକୁ ଆସିଛି । ଯେଉଁମାନଙ୍କ ନାମରେ ଡ୍ରଗ ଡିଲିଂ କେସରେ ଏଫଆଇଆର ରୁଜୁ ହୋଇଛି ।

ସେହିପରି ନିକଟରେ ଆଉ ଜଣେ ଅଭିନେତ୍ରୀ ସଞ୍ଜନା ଗଲରାନି ସିସିବି ଦ୍ବାରା ଗିରଫ ହୋଇଥିଲେ । ତାଙ୍କ ସହ ଆଉ ଜଣେ ସନ୍ଦିଗ୍ଧ ଅଶ୍ବିନ ଉର୍ଫ ବୁଗିକୁ ମଧ୍ୟ ଗିରଫ କରାଯାଇଛି । ସେ ଡ୍ରଗ୍ସ ଡିଲିଂ ନେଟୱାର୍କରେ ଦୀର୍ଘ ସମୟରୁ କାରବାର କରିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.