ETV Bharat / sitara

ବେଙ୍ଗାଲୁରୁ ଡ୍ରଗ୍ସ ଡିଲିଂ କେସ, ରାଗିନୀଙ୍କ ପରେ ଅଭିନେତ୍ରୀ ସଞ୍ଜନା ଗିରଫ

author img

By

Published : Sep 8, 2020, 2:57 PM IST

Updated : Sep 8, 2020, 3:38 PM IST

ଡ୍ରଗ୍ସ ଡିଲିଂ କେସରେ ଧରାପଡିଲେ ଅଭିନେତ୍ରୀ ସଞ୍ଜନା । ପୂର୍ବରୁ ସାମ୍ନାକୁ ଆସିସାରିଛି ରାଗିନୀଙ୍କ ଡ୍ରଗ ଅଭ୍ୟସ୍ତ କଥା । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ବେଙ୍ଗାଲୁରୁ: ଦେଶରେ ବଢିଚାଲିଛି ଡ୍ରଗ ଡିଲରଙ୍କ ସଂଖ୍ୟା । ଗୋଟିଏ ପଟେ ମୁମ୍ବାଇରେ ଏନସିବି ଡ୍ରଗ ଡିଲିଂ କେସରେ ଏଯାବତ ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରିସାରିଲାଣି । ସେହିପରି ବେଙ୍ଗାଲୁରୁରେ ମଧ୍ୟ ଜଣଙ୍କ ପରେ ଜଣେ ଡ୍ରଗ ଡିଲରଙ୍କ ପର୍ଦ୍ଦାଫାଶ କରିବାରେ ଲାଗିଛି ସିସିବି । ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ଯେ କନ୍ନଡ ଫେମସ ଅଭିନେତ୍ରୀ ରାଗିନୀ ଦ୍ବିବେଦୀ ଡ୍ରଗ୍ସ ଅଭ୍ୟସ୍ତ । ଯାହାପାଇଁ ତାଙ୍କୁ କିଛି ଦିନ ପୂର୍ବରୁ ଗିରଫ କରିଥିଲା ସିସିବି ପୋଲିସ । ଇତିମଧ୍ୟରେ ପୁଣି ଆଉ ଜଣେ କନ୍ନଡ ଅଭିନେତ୍ରୀଙ୍କ ଗିରଫ କଥା ସାମ୍ନାକୁ ଆସିଛି । ଡ୍ରଗ ଡିଲିଂ କେସରେ ଧରାପଡିଛନ୍ତି ଅଭିନେତ୍ରୀ ସଞ୍ଜନା ଗଲରାନି । ତାଙ୍କ ସହ ଆଉ ଜଣେ ସନ୍ଦିଗ୍ଧ ଅଶ୍ବିନ ଉର୍ଫ ବୁଗିକୁ ମଧ୍ୟ ଗିରଫ କରାଯାଇଛି । ସେ ଡ୍ରଗ୍ସ ଡିଲିଂ ନେଟୱାର୍କରେ ଦୀର୍ଘ ସମୟରୁ କାରବାର କରିଆସୁଛନ୍ତି ।

ମଙ୍ଗଳବାର ତାଙ୍କୁ ପଚରାଉଚରା ପାଇଁ ବେଙ୍ଗାଲୁରୁ ସିସିବି ଅଫିସ୍‌କୁ ନିଆଯାଇଛି । ଏହାପୂର୍ବରୁ ସିସିବି ଏକ ଟିମ୍ କୋର୍ଟରୁ ୱାରେଣ୍ଟ ପାଇବା ପରେ ସଞ୍ଜନାଙ୍କ ବାସଭବନରେ ଚଢାଉ କରିଥିଲେ । ବେଙ୍ଗାଲୁରୁ ଓ କର୍ଣ୍ଣାଟକର କମିଶନର ପୋଲିସ(କ୍ରାଇମ) ଏହି ମାମଲାରେ ଉପରେ ଏକ ଷ୍ଟେଟମେଣ୍ଟ ମଧ୍ୟ ଜାରି କରିଛନ୍ତି । ଅଫିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ସିସିବ ଟିମ୍‌ ମଙ୍ଗଳବାର ସକାଳେ 6 ଟା ସମୟରେ ସଞ୍ଜନାଙ୍କ ବାସଭବନରେ ଚଢାଉ କରିଥିଲେ । ଆଉ ଯାଞ୍ଚ ପ୍ରକ୍ରିୟା ପାଖାପାଖି 11ଟା ପର୍ଯ୍ୟନ୍ତ ଚାଲିଥିଲା । ବର୍ତ୍ତମାନ ସେ ପୋଲିସ ହେପାଜତରେ ଅଛନ୍ତି ।

ପ୍ରକାଶ ଥାଉକି ସୋମବାର ପୂର୍ବରୁ ଗିରଫ ହୋଇଥିବା ରାଗିନୀଙ୍କ ଶେଷ ହେପାଜତ ସୋମବରା ଥିଲା । ହେଲେ କୋର୍ଟ ଆଦେଶ ପରେ ତାଙ୍କୁ ଆଉ 5 ଦିନ ପୋଲିସ ହେପାଜତରେ ରହିବାକୁ ପଡିବ । ସେହିପରି ବେଙ୍ଗାଲୁରୁ ଡ୍ରଗ୍ସ ଡିଲିଂ କେସରେ ଏଯାବତ 12 ଜଣଙ୍କ ନାମ ସାମ୍ନାକୁ ଆସିସାରିଛି । ଯେଉଁମାନଙ୍କ ନାମରେ ଏଫଆଇଆର ମଧ୍ୟ ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 8, 2020, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.