ETV Bharat / sitara

କୋରୋନା ମୁକ୍ତ ସୌମିତ୍ର

author img

By

Published : Oct 15, 2020, 4:46 PM IST

ଅଭିନେତା ସୌମିତ୍ରଙ୍କୁ ନେଇ ଚିନ୍ତାରେ ଥିବା ପ୍ରଶଂସକଙ୍କ ପାଇଁ ଖୁସି ଖବର । କୋରୋନାକୁ ହରାଇ ସୁସ୍ଥ ହେଲେ ସେ।

ଫଟୋ ସୌଜନ୍ୟ:ଟ୍ବିଟର
ଫଟୋ ସୌଜନ୍ୟ:ଟ୍ବିଟର

ମୁମ୍ବାଇ: ଲୋକପ୍ରିୟ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀ ଗତ କିଛି ଦିନରେ ଭେଣ୍ଟିଲେଟରରେ ଥିଲେ । କୋରୋନା ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥାଙ୍କୁ ନେଇ ଖୁସି ଖବର ସାମ୍ନାକୁ ଆସିଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଆଉ ତାଙ୍କ କୋରୋନା ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି ।

ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଗତ କିଛି ଦିନ ଅପେକ୍ଷା ବର୍ତ୍ତମାନ ସୁସ୍ଥ ଅଛନ୍ତି ସୌମିତ୍ର । ଏହାସହ ସେ ପ୍ରତିକ୍ରିୟା ଦେବା ମଧ୍ୟ ଆରମ୍ଭ କରିଛନ୍ତି । 85 ବର୍ଷିୟ ସୌମିତ୍ରଙ୍କ ଚିକିତ୍ସା ପାଇଁ 15 ଜଣିଆ ଡାକ୍ତରଙ୍କ ଏକ ଟିମ ଗଠନ ହୋଇଛି।

ପ୍ରକାଶ ଥାଉକି ନିକଟରେ ତାଙ୍କ ଝିଅଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ପିତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.