ETV Bharat / sitara

ପ୍ରେମର ପରିଭାଷା ବୁଝାଇଲେ ରାଧିକା - actoress

ଅନେକ ଲୋକଙ୍କୁ ପ୍ରେମ କରିବା ଉପରେ ବିଶ୍ବାସ ରଖନ୍ତି ଅଭିନେତ୍ରୀ ରାଧିକା ଆପ୍ଟେ । ଲୋକଙ୍କ ସହ ଭିନ୍ନ ଭିନ୍ନ ସମ୍ପର୍କକୁ ନେଇ ନେହାଙ୍କ ଶୋ'ରେ ଖୁଲାସା କରିଛନ୍ତି ରାଧିକା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରାଧିକା ଆପ୍ଟେ
author img

By

Published : Jun 30, 2019, 6:23 AM IST

ମୁମ୍ବାଇ: ବି-ଟାଉନର ବୋଲ୍ଡ ଅଭିନେତ୍ରୀ ରାଧିକା ଆପ୍ଟେ ସବୁବେଳେ ନିଜ ବିନ୍ଦାସ ଅନ୍ଦାଜକୁ ନେଇ ଜଣାଯାଆନ୍ତି । ଇତି ମଧ୍ୟରେ ତାଙ୍କର ଏକ ବଡ ବୟାନ ଶୁଣିବାକୁ ମିଳୁଛି । ନିକଟରେ ସେ ଅଭିନେତ୍ରୀ ନେହା ଧୂପିୟାଙ୍କ ଟକ ଶୋ 'ପିଏଫଏକ୍ସ ୱିଦ ଭୋଗ' ସିଜନ-3ରେ ପହଞ୍ଚିଥିଲେ ।

ହୋଷ୍ଟ ନେହା ଯେତେବେଳେ ରାଧିକାଙ୍କୁ ଅନ୍ୟଙ୍କ ପ୍ରତି ଆକର୍ଷିତ ହେବାନେଇ ପ୍ରଶ୍ନ ପଚାରିଥିଲେ । ତେବେ ରାଧିକା ଜବାବରେ କହିଥିଲେ କି ନିହାତି ଆପଣ ଆକର୍ଷିତ ହେବେ । ଏଥିପାଇଁ ଆପଣଙ୍କୁ ଆକ୍ଟର ହେବାର କୌଣସି ଆବଶ୍ୟକତା ନାହିଁ ।

ଜୀବନରେ ଆପଣ ଅନେକ ଲୋକଙ୍କ ସହ ସାକ୍ଷାତ କରୁଛନ୍ତି ଏବଂ ଅନେକ ପ୍ରକାର ଲୋକଙ୍କ ପ୍ରତି ଆପଣ ଆକର୍ଷିତ ହୋଉଥାଆନ୍ତି । କେବେ କେବେ ଏହା ଶାରୀରିକ ଆକର୍ଷଣ ମଧ୍ୟ ହୋଇଥାଏ । ଆଉ କେବେ ଏହି ସମ୍ପର୍କ ପ୍ରଶଂସା ଏବଂ ଆଦରର ଭାବନାର ମଧ୍ୟ ହୋଇଥାଏ । ତାଙ୍କ ଅନୁଯାୟୀ ଏପରି ସମ୍ପର୍କ ଖୁବ୍ ଭଲ ହୋଇଥାଏ ।

ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି କି ସେ ଅନେକ ଲୋକଙ୍କୁ ପ୍ରେମ କରିବା ଉପରେ ବିଶ୍ବାସ ରଖନ୍ତି । ସେ ଗୋଟିଏ ସମୟରେ ବହୁତ ଲୋକଙ୍କୁ ବିଭିନ୍ନ ସ୍ତରରେ ପ୍ରେମ କରନ୍ତି । ଯେମିତି ନୃତ୍ୟ ଏବଂ ଅଭିନୟରେ ଗୋଟିଏକୁ କେମିତି ପ୍ରେମ କରିପାରିବି । ସେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୂପେ କାହିଁକି ପ୍ରେମ କରିପାରିବେ ନାହିଁ ? ତେଣୁ ଏଥପାଇଁ ସେ ନିଜକୁ କେବେ ମଧ୍ୟ ଦଣ୍ଡ ଦିଅନ୍ତି ନାହିଁ । ଆଉ କେବେ ମଧ୍ୟ କୁହନ୍ତି ନାହିଁ କି ହେ ଭଗବାନ ଏମିତି କାହିଁକି ହେଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.