ETV Bharat / sitara

ବକ୍ସ ଅଫିସରେ ଆଭେଞ୍ଜର ଝଡ: ଫାର୍ଷ୍ଟ ଡେ’ରେ ରେକର୍ଡ କଲେକ୍ସନ

ପ୍ରଥମ ଦିନରେ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ'ର କଲେକ୍ସନରେ ଟଙ୍କାର ବର୍ଷା ହେବାରେ ଲାଗିଛି । ରିଲିଜର ପ୍ରଥମ ଦିନରେ ଅନେକ ରେକର୍ଡ ଭାଙ୍ଗିବା ସହ ଶାନଦାର କଲେକ୍ସନ କରିବାରେ ସଫଳ ହୋଇଛି ।

author img

By

Published : Apr 28, 2019, 2:17 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ରସ ବ୍ରଦର୍ସଙ୍କ 'ଆଭେଞ୍ଜର୍ସ' ସିରିଜର ଶେଷ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ' ପରିଶେଷରେ ଭାରତରେ ରିଲିଜ ହୋଇଯାଇଛି । ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବା ସହ ଫିଲ୍ମଟି ରିଲିଜର ପ୍ରଥମ ଦିନରେ ଛାଇ ଯାଇଛି । ଭାରତରେ ହଲିଉଡ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ'କୁ ନେଇ ଜବରଦସ୍ତ କ୍ରେଜ ଦେଖିବାକୁ ମିଳୁଛି । ଏବେ ସାମ୍ନାକୁ ଆସିଯାଇଛି ଏହାର ଫାଷ୍ଟ ଡେ କଲେକ୍ସନ ।

ବକ୍ସ ଅଫିସ ଇଣ୍ଡିଆ 'ଆଭେଞ୍ଜର୍ସ ଏଣ୍ଡଗେମ'ର ପ୍ରଥମ ଦିନର କଲେକ୍ସନ ଜାରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବକ୍ସ ଅଫିସ ଇଣ୍ଡିଆ ଅନୁଯାୟୀ 'ଆଭେଞ୍ଜର୍ସ ଏଣ୍ଡଗେମ' ଆୟର ସବୁ ରେକର୍ଡ ଭାଙ୍ଗି ଦେଇଛି । ଏହାସହ ଫିଲ୍ମଟି ଭାରତରେ ଅଧିକ ଆୟ କରିଥିବା ଟପ ଓପନିଂ ଡେରେ ସାମିଲ ହୋଇଛି ।

ପ୍ରକାଶ ଥାଉକି ଫିଲ୍ମଟି ଭାରତ ବକ୍ସ ଅଫିସରେ ପ୍ରଥମଦିନରେ 53 କୋଟି ଆୟ କରିଛି । ଭାରତରେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମରେ ଏବେ 'ଆଭେଞ୍ଜର୍ସ ଏଣ୍ଡଗେମ'ର ନାମ ସାମିଲ ହୋଇଛି । ଯଦି 'ଆଭେଞ୍ଜର୍ସ ଏଣ୍ଡଗେମ'ର ଟିକେଟ ବିଷୟରେ କଥା ହେବା ତେବେ ଫିଲ୍ମ ପାଇଁ ଦର୍ଶକ 800ରୁ 2400 ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାପୂର୍ବରୁ ଭାରତ ସିନେ ବଜାରରେ କୌଣସି ବି ଫିଲ୍ମର ଟିକେଟ ଏତେ ଦାମରେ ବିକ୍ରି ହୋଇନାହିଁ ।

ଇଣ୍ଟରନେସନାଲ ବକ୍ସ ଅଫିସରେ ଏହି ଫିଲ୍ମର ପ୍ରଥମ ଦିନ ଆୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦର୍ଶକ । ଏହି ଆୟରୁ ଜଣାପଡୁଛି ଯେ ଫିଲ୍ମ କେତେ ପପୁଲାର । ଫିଲ୍ମଟି ଗୋଟିଏ ଦିନରେ 1186 କୋଟି ଟଙ୍କା ଆୟ କରିସାରିଲାଣି । ଭାରତରେ ସବୁ ଶୋ’କୁ ପୂର୍ବରୁ ବୁକ କରିଦିଆଯାଇଛି ।

ଦର୍ଶକଙ୍କ ଏପରି ଡିମାଣ୍ଡ ଦେଖି ସିନେମା ହଲ 24 ଘଣ୍ଟା ଖୋଲା ରହିବ ବୋଲି ଶୁଣିବାକୁ ମିଳୁଛି । ଦର୍ଶକଙ୍କ ଜବରଦସ୍ତ କ୍ରେଜ ଦେଖି ଦେଶର କିଛି ବଡ ମଲ୍ଟିପ୍ଲେକ୍ସ ଚେନ୍ସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋ ପ୍ରଦର୍ଶିତ କରିବାକୁ ଅନୁମତି ମାଗିଛନ୍ତି । ଅନେକ ସିନେମା ହଲକୁ 24 ଘଣ୍ଟା ଖୋଲା ରଖିବାକୁ ଗ୍ରୀନ-ସିଗନାଲ ମିଳିସାରିଛି । ଏବେ ଦର୍ଶକ ଏହି ଫିଲ୍ମଟିକୁ ରାତି 12 ପରେ ମଧ୍ୟ ଦେଖିବାର ସୁଯୋଗ ପାଇବେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.