ETV Bharat / sitara

ହଟିଲା 370, କାନ୍ଦିଲେ ପାକିସ୍ତାନୀ ଅଭିନେତ୍ରୀ

author img

By

Published : Aug 5, 2019, 8:14 PM IST

ସୋସିଆଲ ମିଡିଆରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ କାଶ୍ମୀରକୁ ନେଇ ଦୁଃଖ ପ୍ରକାଶ କିରଛନ୍ତି । ଯାହା ପରେ ତାଙ୍କୁ ଭାରତ ୟୁଜର୍ଜ ଟ୍ରୋଲ କରିବା ସହ ଦେଇଛନ୍ତି ପରାର୍ମଶ ।

ଫଟୋ ସୌଜନ୍ୟ: ଟ୍ବିଟର@ମାହିରା ଖାନ

ମୁମ୍ବାଇ: ସୋମବାର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ 370 ହଟାଇବା ନେଇ ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଛନ୍ତି । ଅମିତ ଶାହଙ୍କ ଘୋଷଣା ପରେ ସୋସିଆଲ ମିଡିଆରେ ଭାରତ ସମେତ ପାକିସ୍ତାନ କଳାକାର ମଧ୍ୟ ନିଜ ନିଜ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଶାହରୁଖ ଖାନଙ୍କ ଫିଲ୍ମ ‘ରଇସ’ରେ କାମ କରିସାରିଥିବା ଅଭିନେତ୍ରୀ ମାହିରା ଖାନ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ମାହିରା ଖାନ

କଶ୍ମୀରରେ 370 ଧାରା ଉଚ୍ଛେଦ ପାଇଁ ଆଗତ ପ୍ରସ୍ତାବକୁ ରାଜ୍ୟସଭାରେ ପାରିତ ହେଲା ପରେ ମାହିରା ଏକ ଟ୍ବିଟ କରି ନିଜ ଦୁଃଖ ପ୍ରକାଶ କରିଛନ୍ତି । ସେ ଭାବବିହ୍ବଳ ହୋଇ ଲେଖିଛନ୍ତି, ‘‘ଯାହା ଉପରେ ଆମେ ଚର୍ଚ୍ଚା କରିବାକୁ ଚାହୁଁନାହୁଁ । ସେଥିରେ ଆମକୁ ବହୁତ ସହଜରେ ଚୁପ କରିଦିଆଗଲା । ଜନ୍ନତ ଜଳୁଛି । ଆଉ ଆମେ ଚୁପଚାପ ଲୁହ ଝରାଉଛୁ ।’’

ମାହିରାଙ୍କ ଏହି ଟ୍ବିଟ ପରେ ଭାରତର ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିବାର ଆରମ୍ଭ କରିଦେଇଛନ୍ତି । ଏହାସହ ମାହିରାଙ୍କୁ ପରାର୍ମଶ ଦେଇ ୟୁଜର୍ସ ଲେଖିଛନ୍ତି ଯେ ଏହି ପ୍ରସଙ୍ଗ ଆମ ଉପରେ ଛାଡିଦିଅ ଆପଣ କେବଳ ପାକିସ୍ତାନ ବିଷୟରେ ଭାବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.