ମୁମ୍ବାଇ: ଅର୍ଜୁନ ରାମପାଲ ଦୀର୍ଘ ସମୟରୁ ଫିଲ୍ମ ଠାରୁ ଦୂରେଇ ଅଛନ୍ତି । କିନ୍ତୁ ନିଜ ଲଭଲାଇଫକୁ ନେଇ ସେ ସବୁବେଳେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ବିବାହ ପୂର୍ବରୁ ଗର୍ଭବତୀ ଥିବା ଖବର ଅନେକ ଦିନରୁ ଜୋର ଧରିଛି ।
ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଜଲଦି ଅର୍ଜୁନଙ୍କ ଘରକୁ କୁନି ଅତିଥିର ଆଗମନ ହେବ । କାରଣ ଗାବ୍ରିଏଲଙ୍କୁ ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ବାହାରେ ଅର୍ଜୁନ ଏବଂ ଝିଅ ମାୟରା ଓ ମାହିକାଙ୍କ ସହ ନଜର ଆସିଥିଲେ ।
ନିକଟରେ ଶୁଣିବାକୁ ମିଳୁଥିଲା ଯେ ଗତ ମାସରେ ଗାବ୍ରିଏଲଙ୍କ ପରିବାର ଇଣ୍ଡିଆ ଆସିଥିଲେ । ଏହି ଅବସରରେ ତାଙ୍କ ପିତା ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଅର୍ଜୁନଙ୍କ ସହ ପୁରା ପରିବାର ଲଞ୍ଚ କରୁଥିଲେ ।