ETV Bharat / sitara

Pushpa Box Office Day 1: ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ମିଳିଲା ଜବରଦସ୍ତ ଓପେନିଂ

author img

By

Published : Dec 19, 2021, 1:31 PM IST

ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା' ବକ୍ସ ଅଫିସରେ ଦେଖାଇବାରେ ଲାଗିଛି ଯାଦୁ । ପ୍ରଥମ ଦିନରେ ଏହା ୫୦ କୋଟି ରୋଜଗାର କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Pushpa Box Office Day 1: ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ମିଳିଲା ଜବରଦସ୍ତ ଓପେନିଂ
Pushpa Box Office Day 1: ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ମିଳିଲା ଜବରଦସ୍ତ ଓପେନିଂ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଯାଦୁ ଦେଖାଇବାରେ ଲାଗିଛି । ଫିଲ୍ମ ପ୍ରଥମ ଦିନରେ ୫୦ କୋଟି ଟଙ୍କା ରୋଜଗାର କରିଛି ଫିଲ୍ମ । ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ ରଶ୍ମିକା ମନ୍ଦନା ଅଭିନୟ କରିଛନ୍ତି । କୋରୋନା କାଳରେ ମଧ୍ୟ ଫିଲ୍ମକୁ ମିଳିଛି ଜବରଦସ୍ତ ଓପେନିଂ ।

ବର୍ତ୍ତମାନ ସମସ୍ତଙ୍କ ନଜର RRR ଉପରେ ରହିଥିବା ବେଳେ ଏହାରି ମଧ୍ୟରେ 'ପୁଷ୍ପା' ଫିଲ୍ମକୁ ନେଇ ହେଉଛି ଚର୍ଚ୍ଚା । ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏହାର ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ ୫୦ କୋଟି ଟଙ୍କା ରୋଜଗାର କରିଛି ବୋଲି ଜଣାପଡ଼ିଛି । ଏହି ଫିଲ୍ମଟି ଗତ ଡିସେମ୍ବର ୧୭ ତାରିଖରେ ରିଲିଜ ହୋଇଥିଲା । ପ୍ରଥମ ଦିନରେ ବିଶ୍ବସ୍ତରରେ ଏହା ୫୦ କୋଟି ରୋଜଗାର କରିଛି ବୋଲି ସୂଚନା ମିଳିଛି ।

ପୁଷ୍ପାର ଏହା ପ୍ରଥମ ଭାଗ ହୋଇଥିବା ବେଳେ ଏହାକୁ ମିଳିଛି ଦର୍ଶକଙ୍କ ଢେର ସାରା ଭଲପାଇବା । ରିପୋର୍ଟ ଅନୁସାରେ ଫିଲ୍ମକୁ ତାମିଲନାଡୁରେ ପ୍ରଥମ ଦିନରେ ୪.୦୬ କୋଟି ଟଙ୍କା ରୋଜଗାର କରିଥିବା ବେଳେ ତେଲେଙ୍ଗାନାରେ ୧୧ କୋଟି ଟଙ୍କା ରୋଜଗାର କରିଛି । ବକ୍ସ ଅଫିସରେ ଇତିହାସରେ ଏହା ପ୍ରଥମ ବୋଲି ଜଣାପଡ଼ିଛି ।

ଏହି ଫିଲ୍ମରେ ସୁକୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ଦ୍ବିତୀୟ ଭାଗ ୨୦୨୨ରେ ରିଲିଜ ହେବ । ଏହି ଫିଲ୍ମଟି Sandalwoodର ବେଆଇନ ଚାଲାଣକାରୀ ଉପରେ ଆଧାରିତ । ଏଥିରେ ମ୍ୟୁଜିକ ଦେଇଛନ୍ତି ଦେବିଶ୍ରୀ ପ୍ରସାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.