ETV Bharat / sitara

ବଦଳିଲା 'PUSHPA'ର ରିଲିଜ ତାରିଖ, ରଣବୀରଙ୍କ '83' ସହ ହୋଇଥାନ୍ତା ରିଲିଜ - ରଣବୀର ସିଂ

ଅଯଥା ବିବାଦକୁ ଏଡ଼ାଇବା ପାଇଁ ସାଉଥ ଫିଲ୍ମ 'ପୁଷ୍ପା' ରିଲିଜ ତାରିଖ ବଦଳିଛି । ରଣବୀର ସିଂଙ୍କ '୮୩' ରିଲିଜ ଦିନ ଏହି ଫିଲ୍ମଟି ମଧ୍ୟ ରିଲିଜ ହୋଇଥାନ୍ତା । ଅଧିକ ପଢନ୍ତୁ...

aaf ବଦଳିଲା 'PUSHPA'ର ରିଲିଜ ତାରିଖ, ରଣବୀରଙ୍କ '83' ସହ ହୋଇଥାନ୍ତା ରିଲିଜ

author img

By

Published : Oct 2, 2021, 4:14 PM IST

ମୁମ୍ବାଇ: ବଦଳିଲା ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା'ର ରିଲିଜ ତାରିଖ । ଏହାର ପ୍ରଥମ ଭାଗ ଚଳିତ ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ କିନ୍ତୁ ଗୋଟିଏ ସପ୍ତାହ ପୂର୍ବରୁ ହେବ ରିଲିଜ । ତେବେ ବଲିଉଡ଼ ସୁପରଷ୍ଟାର ରଣବୀର ସିଂଙ୍କ ଫିଲ୍ମ '୮୩' ସେହି ସମୟରେ ରିଲିଜ ହେଉଥିବାରୁ ଅଯଥା ବିବାଦକୁ ଏଡ଼ାଇବା ପାଇଁ ମେକର୍ସ ଏହି ନିଷ୍ପତ୍ତି ନେଇଛନ୍ତି ।

ଏହି ଫିଲ୍ମରେ ସୁକୁମାର ନିର୍ଦ୍ଦେଶନା ଦେଇଥିବାବେଳେ ଲିଡ଼ ହିରୋଇନ ଭାବେ ରଶ୍ମିକା ମନ୍ଦନା ଅଭିନୟ କରୁଛନ୍ତି । ଫିଲ୍ମର ତାରିଖ ପରିବର୍ତ୍ତନ ହେବା ସମ୍ପର୍କରେ ଭାରତୀୟ ଫିଲ୍ମ ଆନାଲିଷ୍ଟ ତରନ ଆଦର୍ଶ ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଫିଲ୍ମଟି ଆସନ୍ତା ଡିସେମ୍ବର ୧୭ ତାରିଖରେ ରିଲିଜ ହେବ । ଏଥିରେ ଆଲୁ ଅର୍ଜୁନ, ଫାହଧ ଫାସିଲ, ରଶ୍ମିକା ମନ୍ଦନା ପ୍ରମୁଖ ଅଭିନୟ କରିଛନ୍ତି ।

ରଣବୀରଙ୍କ ଫିଲ୍ମ '୮୩' ଭାରତର କ୍ରିକେଟ ୱାର୍ଲ୍ଡ କପ ୧୯୮୩ ଐତିହାସିକ ବିଜୟର କାହାଣୀ ବଖାଣୁଛି । ରଣବୀର ଏଥିରେ ଲିଜେଣ୍ଡାରୀ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ମ୍ୟାଚରେ ସେ ଭାରତ ଦଳକୁ ପ୍ରତିନିଧିତ୍ବ କରୁଥିଲେ । ଉଭୟ ଚଳଚ୍ଚିତ୍ର 'ପୁଷ୍ପା' ଓ '83' ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଓ ମାଲାୟାଲାମ ଭାଷାରେ ରିଲିଜ ହେବାକୁ ଯାଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.