ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର କୋରୋନା ସଂକ୍ରମିତ । ପଜିଟିଭ ଚିହ୍ନଟ ପରେ ସେ ନିଜକୁ ହୋମ କ୍ବାରେଣ୍ଟାଇନ କରିଛନ୍ତି । ଏନେଇ ସେ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ରାମସେତୁ ଫିଲ୍ମ ସୁଟିଂ ସମୟରେ ତାଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ମଧ୍ୟ କୋରୋନା ପରୀକ୍ଷା କରାଇବା ସହ ନିଜର ଯତ୍ନ ନେବାକୁ କହିଛନ୍ତି ।
ପୂର୍ବରୁ ବଲିଉଡର ଅନେକ ସେଲିବ୍ରେଟି କୋରୋନାରେ ସଂକ୍ରମିତ ହୋଇଛନ୍ତି । ରଣବୀର କପୁର, ଆଲିଆ ଭଟ୍ଟ, ଆଦିତ୍ୟ ନାରାୟଣ, ରୁପାଲି ଗାଙ୍ଗୁଲି, କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଆମୀର ଖାନ୍ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ