ଭୁବନେଶ୍ବର: ଭୋଗରାଇର 7 ବର୍ଷୀୟ ଝିଅ କ୍ରିଷ୍ଣା କୁମାରୀ ପଣ୍ଡା ଓ ତାଙ୍କ ଭାଇର ଦାୟିତ୍ବ ନେବେ ଅଭିନେତା ସ୍ବରାଜ ବାରିକ । କୋରୋନା କରାଳରେ ବାପା ମା’ଙ୍କୁ ହରାଇ ବେସାହାର କ୍ରିଷ୍ଣା ଓ ତାଙ୍କ ଭାଇ । ହେଲେ 7 ବର୍ଷର କ୍ରିଷ୍ଣା ଏତେ କଷ୍ଟ ସତ୍ତ୍ବେ ନିଜ କୁନି ଭାଇକୁ ବଡ କରିବାକୁ କରିଛି ପଣ । ଏହି ଖବର ଜାଣିବା ପରେ ଦୁଇ ଅସହାୟ ଛୁଆଙ୍କ ଦାୟିତ୍ବ ଉଠାଇବା ସହ ସେମାନଙ୍କୁ ଭାଇ-ଭଉଣୀ କହିଛନ୍ତି ସ୍ବରାଜ ।
ନିଜେ ବଡ ହେବା ସହ ଭାଇକୁ ବଡ କରିବାର ସାହସ ସାମର୍ଥ୍ୟ ଆଗରେ ହାର ମାନିଛି ବୟସ । ଯାହାର ଅଦମ୍ୟ ସାମର୍ଥ୍ୟକୁ ଭାଇ ପ୍ରତି ଭଲପାଇବାକୁ ଆଜି ସାରା ରାଜ୍ୟ ପ୍ରଶଂସା କରୁଥିବା ବେଳେ ସେମାନେ ଦୁଇଜଣ ଆଜିଠୁ ମୋ ଭାଇ ଭଉଣୀ ବୋଲି କହିଛନ୍ତି ସ୍ୱରାଜ । ତେଣୁ ସେମାନଙ୍କ ଆବଶ୍ୟକତା ମୋର ଦାୟିତ୍ୱ କହିଥିବା ବେଳେ ତାଙ୍କ ଭଲମନ୍ଦରେ ମା ସବୁବେଳେ ଅଛି ବୋଲି କହିଛନ୍ତି ସ୍ୱରାଜ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ