ETV Bharat / sitara

କାଶ୍ମୀରରେ କର୍ଫ୍ୟୁ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରୁ ବଞ୍ଚିତ 'ହାମିଦ'ର ଶିଶୁ କଳାକାର - best child actor

66ତମ ନ୍ୟାସନାଲ ଆୱାର୍ଡରେ ଶ୍ରେଷ୍ଠ ଶିଶୁ କଳାକାରରେ ସମ୍ମାନିତ ହୋଇଛନ୍ତି କାଶ୍ମୀରର ‘ହାମିଦ’ ବା ତଲ୍ହା ଅରଶଦ ରେଶୀ । ମାତ୍ର ଏ ବିଷୟରେ ଅବଗତ ନାହାଁନ୍ତି କାଶ୍ମୀର ବାସିନ୍ଦା ତଲ୍ହା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 11, 2019, 3:07 PM IST

ହାଇଦ୍ରାବାଦ: ଶିଶୁର ସରଳତା ନିଷ୍ପାପ ମନ ଭିତରେ ଥିବା ପ୍ରଶ୍ନରେ ଝଡ ଲୁଚି ହୋଇରହିଥାଏ । ଏହାକୁ ଖୁବ ସୁନ୍ଦର ଭାବେ ପ୍ରକାଶ କରିଥିଲା ଫିଲ୍ମ ‘ହାମିଦ’ । ବର୍ତ୍ତମାନ ଏହି ଫିଲ୍ମକୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହାସହ ଶିଶୁ କଳାକାର ଭୂମିକାରେ ଥିବା କାଶ୍ମୀରର ତଲ୍ହା ଅରଶଦ ରେଶୀଙ୍କୁ ମଧ୍ୟ ଶ୍ରେଷ୍ଠ ଶିଶୁ କଳାକାରରେ ସମ୍ମାନିତ କରାଯାଇଥିଲା । ମାତ୍ର ଦୁଃଖର ବିଷୟ ତଲ୍ହା ଏ ବିଷୟରେ ଅବଗତ ହିଁ ନାହାଁନ୍ତି ।

ଆର୍ଟିକିଲ-370ର ପୁର୍ନଗଠନରେ କାଶ୍ମୀରରେ କର୍ଫ୍ୟୁ ଜାରି ରହିଛି । ଇଣ୍ଟରନେଟ ଓ ଟେଲିଭିଜନ ସେବାକୁ ବ୍ୟାହତ କରାଯାଇଛି । ଏହି ମଧ୍ୟରେ ଅଗଷ୍ଟ 9ରେ ଆୟୋଜିତ ହୋଇଯାଇଛି 66ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ । ଏଥିରେ ତଲ୍ହାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ନାମିତ କରାଯାଇଛି । ଫିଲ୍ମ ନିର୍ମାତା ଏଜାଜ ଖାନ ତାଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ତଲ୍ହା ଫିଲ୍ମରେ ମୁଖ୍ୟ କଳାକାର ‘ହାମିଦ’ ଭୂମିକାରେ ନଜର ଆସିଥିଲେ । ଅମିନ ଭଟ୍ଟଙ୍କ ନାଟକ ‘ଫୋନ ନମ୍ବର 786’ରୁ ପ୍ରେରିତ ଏହାର କାହାଣୀ । ଫିଲ୍ମରେ ହାମିଦ ନିଜ ପିତାଙ୍କୁ ଖୋଜିବା ପାଇଁ 786 ନମ୍ବର ଡାଏଲ୍ କରିଥିଲେ ଓ ଜଣେ ସିଆରପିଏଫ ଯବାନ ଫୋନ ଉଠାଇବେ । ହାମିଦର ସରଳତା ଦେଖି ସେ ତା' ସହ ସେମିତି ହିଁ କଥା ହେବେ ଯେମିତି ହାମିଦ ଚାହୁଁଥିବା ଏହାପରେ ସେମାନଙ୍କ ମଧ୍ୟରେ ଏକ ଦୃଢ ସମ୍ପର୍କ ହୋଇଯିବ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.