ମୁମ୍ବାଇ: ଆମୀର ଖାନଙ୍କ ସୁପରହିଟ୍ ଫିଲ୍ମ ‘ଦଙ୍ଗଲ’ରୁ ବଲିଉଡରେ ଡେବ୍ୟୁ କରିଥିବା ଜାଏରା ୱାସୀମ ଅଭିନୟ ଜଗତ ଗତ ବର୍ଷ ଛାଡି ଦେଇଥିଲେ । ତାଙ୍କ ବଲିଉଡ ଛାଡିବା ଘୋଷଣା ଦେଶରେ ଏକ ବଡ ପ୍ରସଙ୍ଗ ସାଜିଥିଲା । ଜମ୍ମୁ କଶ୍ମୀରର ବାସିନ୍ଦା ଜାଏରା ସମୟ ସମୟରେ କଶ୍ମୀର ଅବସ୍ଥା ଉପରେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ମଙ୍ଗଳବାର ସୋସିଆଲ ମିଡିଆରେ ସେ କହିଛନ୍ତି ଯେ, କଶ୍ମୀରରେ ଶାନ୍ତିର ଭୁଲ ଏବଂ ମିଥ୍ୟା ଫଟୋ ଉପସ୍ଥାପନା କରାଯାଉଛି ।
ନ୍ୟାସନାଲ ଆୱାର୍ଡ ସମ୍ମାନିତ ଅଭିନେତ୍ରୀ ଲୋକଙ୍କୁ ମିଡିଆ ଦ୍ବାରା ଉପସ୍ଥାପନା କରାଯାଉଥିବା ଭୁଲ ତଥ୍ୟ ଉପରେ ବିଶ୍ବାସ ନକରିବାକୁ ଅପିଲ କରିଛନ୍ତି । ଆଉ କହିଛନ୍ତି ଘାଟିରେ ବହୁତ ନୈରାଶ୍ୟଜନକ ମହଲ ଦେଖିବାକୁ ମିଳୁଛି ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘କଶ୍ମୀର ଆଶା ଏବଂ କୁଣ୍ଠା ମଧ୍ୟରେ ଝୁଲୁଛି । ବଢୁଥିବା ନିରାଶ ଏବଂ ଦୁଃଖ ବ୍ୟତୀତ ଶାନ୍ତିର ଭୁଲ ତଥ୍ୟା ମିଥ୍ୟା ଫଟୋ ଉପସ୍ଥାପନ କରାଯାଉଛି । କଶ୍ମୀର କେବଳ ବିଶ୍ବରେ ବାରମ୍ବାର ପ୍ରତାଡିତ ହେଉଆସୁଛି । ଯେଉଁଠାରେ ଆମ ସ୍ବାଧୀନତା ଉପରେ ପ୍ରତିବନ୍ଧ ଲଗାଇବା ବହୁତ ସହଜ କଥା।’
ପ୍ରକାଶ ଥାଉକି କେନ୍ଦ୍ର ସରକାର ଗତ ବର୍ଷ ଅଗଷ୍ଟ 5ରେ ଜମ୍ମୁ-କଶ୍ମୀରରୁ ଅନୁଛେଦ 370 ହଟାଇବାର ଘୋଷଣା କରିଥିଲେ । ରାଜ୍ୟର ବିଭାଜନ କରି ଦୁଇ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କଶ୍ମୀର ଓ ଲଦାଖ କରିବାକୁ ନିଷ୍ପତ୍ତି ନେଇଥିଲେ ।