ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧିହେଲେ ‘ୟେ ଜୱାନୀ ହେ ଦିୱାନୀ’ର ଫେମ୍ ଏଭଲିନ୍ ଶର୍ମା । ଡକ୍ଟର ତୁଷାନ ଭିଣ୍ଡିଙ୍କୁ ଅଷ୍ଟ୍ରେଲିଆରେ ବିବାହ କରିଛନ୍ତି ଏଭଲିନା । ଆଜି(ସୋମବାର) ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି ଅଭିନେତ୍ରୀ ।
- " class="align-text-top noRightClick twitterSection" data="
">
ଅଷ୍ଟ୍ରେଲିଆର ଡେଣ୍ଟିଷ୍ଟ ତୁଷାନଙ୍କୁ ବିବାହ କରିଛନ୍ତି ଏଭଲିନା । ନିଜ ଇନଷ୍ଟାଗ୍ରାମ ଆଇଡିରେ ବିବାହ ସମୟର କିଛି ସୁନ୍ଦର ମୂହୁର୍ତ୍ତର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ରୋମାଣ୍ଟିକ୍ ପୋଜରେ ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
2019ରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ସିଡନୀର ହାର୍ବର ବ୍ରିଜ ଉପରେ ତୁଷାନ, ଏଭଲିନାଙ୍କୁ ପ୍ରପୋଜ୍ କରିଥିଲେ । ପ୍ରକାଶଥାଉକି, 2012ରେ ‘ସିଡନୀ ୱିଥ୍ ଲଭ୍’ ଫିଲ୍ମ ସହିତ ଏଭଲିନ୍ ବଲିଉଡ ଏଣ୍ଟ୍ରି କରିଥିଲେ। ‘ୟେ ଜୱାନୀ ହେ ଦିୱାନୀ’ ବ୍ୟତୀତ ତାଙ୍କୁ ‘ନୌଟଙ୍କି ସାଲା’, ‘ୟାରିୟାଁ’ ଏବଂ ‘ସାହୋ’ରେ ମଧ୍ୟ ଦେଖିବାକୁ ମିଳିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ