ହାଇଦ୍ରାବାଦ: 'ୟେ ହେ ମୋହାବତେଁ' ଟିଭିର ସବୁଠାରୁ ପପୁଲାରଧାରାବାହିକ ମଧ୍ୟରୁ ଅନ୍ୟତମ । ନିକଟରେ ଧାରାବାହିକକୁ ପାଞ୍ଚ ବର୍ଷ ପୂରିଛି । ଯାହାର ସେଲିବ୍ରେସନ ପୁରା ଟିମ ଏକାଠି ହୋଇ କରିଥିଲେ, କିନ୍ତୁ ଦର୍ଶକଙ୍କ ପାଇଁ ଏକ ନୈରାଶଜନକ ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ଖୁବ୍ ଶୀଘ୍ର ଏହି ଧାରାବାହିକ ବନ୍ଦ ହେବାକୁ ଯାଉଛି ।
- " class="align-text-top noRightClick twitterSection" data="
">
ଆଜ୍ଞା ହଁ, ପ୍ରକାଶ ଥାଉକି କିଛି ଦିନରୁ ଦିବ୍ୟାଙ୍କା ତ୍ରିପାଠୀ ଓ କରଣ ଖରାପ ପ୍ରଦର୍ଶନ କରୁଛନ୍ତି । ଏହାସହ ଏବେ ଚର୍ଚ୍ଚା ହେଉଛି ଯେ ଦୁଇ ଷ୍ଟାରଙ୍କ କଲର୍ସ ଚ୍ୟାନେଲ ସହ ମତାନ୍ତର ଚାଲିଛି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ସିରିୟଲ ମେକର୍ସ ଶୋ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
- " class="align-text-top noRightClick twitterSection" data="
">
ଧାରାବାହିକକୁ ଆସନ୍ତା ମାସ ମଧ୍ୟରେ ଅଫଏୟାର କରିଦିଆଯିବ । ଏହି ନିଷ୍ପତ୍ତିକୁ ନେଇ ଏଯାବତ କୌଣସି ଘୋଷଣା ହୋଇନାହିଁ । ଏହି ଧାରାବାହିକ ବନ୍ଦ ହେବା ସହ 'ୟେ ହେ ଚାହତେଂ' ଟାଇଟଲ ନାମକ ନୂଆ ଧାରାବାହିକ ଅନଏୟାର ହେବ ।
- " class="align-text-top noRightClick twitterSection" data="
">
ଏକ ସାକ୍ଷାତକାରେ ଦିବ୍ୟାଙ୍କା ଧାରାବାହିକକୁ ନେଇ କହିଥିଲେ କି ଶୋ ବନ୍ଦ ହେବାର ଅଫିସିଆଲି ଆନାଉନ୍ସମେଣ୍ଟ କରାଯାଇନାହିଁ ଏବଂ ଏହାର ସୂଚନା କଳାକାରଙ୍କ ପାଖରେ ମଧ୍ୟ ନାହିଁ । ଏହା ପ୍ରଥମଥର ନୁହେଁ ଯେବେ ଶୋ ବନ୍ଦ ହେବାର ଖବର ଶୁଣିବାକୁ ମିଳୁଛି । କିଛି ଦିନ ପୂର୍ବରୁ ମଧ୍ୟ ଚର୍ଚ୍ଚା ଥିଲା କି ଏକତା କପୁରଙ୍କ 'ୟେ ହେ ମୋହାବତେଁ' ଗତ ଜାନୁଆରୀରେ ବନ୍ଦ ହୋଇଯିବ ।