ETV Bharat / sitara

ବିବାଦରେ ‘ଛପାକ’, ଚିନ୍ତାରେ ମେକର୍ସ - ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ‘ଛପାକ’

ରିଲିଜ ପୂର୍ବରୁ ସମସ୍ୟାରେ ଫସିଲା ମେଘନା ଗୁଲଜାରଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’ । ରାକେଶ ଭାରତୀ ନାମକ ଜଣେ ଲେଖକ କାହାଣୀ ଚୋରି ଅଭିଯୋଗ ଆଣି ବମ୍ବେ ହାଇକୋର୍ଟରେ ଦାଖଲ କଲେ ଯାଚିକା ।

deepika padukon film chhapaak
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
author img

By

Published : Dec 24, 2019, 5:59 PM IST

ମୁମ୍ବାଇ: ଦୀପିକା ପାଦୁକୋନ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଛପାକ’ର ପ୍ରମୋଶନରେ ଖୁବ୍ ବ୍ୟସ୍ତ । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ 10ରେ ରିଲିଜ ହେବାକୁ ଯାଉଛି । କିନ୍ତୁ ରିଲିଜ ପୂର୍ବରୁ ଫିଲ୍ମ ବିବାଦ ଘେରରେ ଆସିଯାଇଛି । ଫିଲ୍ମ ‘ଛପାକ’ର କାହାଣୀକୁ ନେଇ ଜଣେ ଲେଖକ ବମ୍ବେ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ଆଉ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ କାହାଣୀକୁ କପି କରାଯାଇଛି ।

ରାକେଶ ଭାରତୀ ନାମକ ଜଣେ ରାଇଟର ଅଭିଯୋଗରେ କହିଛନ୍ତି କି ଛପାକର କାହାଣୀ ତାଙ୍କର । ବମ୍ବେ ହାଇକୋର୍ଟରେ ଏହି ମାମଲାକୁ ନେଇ ସେ ଏକ ଯାଚିକା ଦାଖଲ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ଫିଲ୍ମ କ୍ରିଡିଟରେ ତାଙ୍କ ନାମ ଉଲ୍ଲେଖ୍ୟ ହେଉ ।

‘ଛପାକ’ ଫିଲ୍ମ କାହାଣୀର ଆଇଡିଆ ତାଙ୍କର ଥିଲା ଏବଂ ଏହି କାହାଣୀ ସେ ଫିଲ୍ମ ‘ବ୍ଲାକ ଡେ’ ପାଇଁ ଲେଖିଥିଲେ । ଏହାସହ ସେ ଫିଲ୍ମ ଓ ଏହାର କାହାଣୀକୁ ଇଣ୍ଡିଆନ ମୋଶନ ପିକ୍ଚର୍ସ ଆସୋସିଏସନରେ 2015ରେ ରେଜିଷ୍ଟର ମଧ୍ୟ କରାଇଥିଲେ । 2015ରୁ ହିଁ ଅନେକ ପ୍ରଯୋଜକ ଏବଂ ଫକ୍ସ ଷ୍ଟାର ଷ୍ଟୁଡିଓରେ ଏହି ସ୍କ୍ରିପ୍ଟ ପାଇଁ ସେ ଅନେକ ଚକ୍କର କାଟିଥିଲେ । ‘ଛପାକ’ ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଥିବା ସବୁ ପ୍ରଡକ୍ସନ ହାଉସ ଏହି କାହାଣୀ ପୂର୍ବରୁ ତାଙ୍କ ପାଖରୁ ଶୁଣିଥିଲେ ଏବଂ ଆଇଡିଆକୁ ପସନ୍ଦ ମଧ୍ୟ କରିଥିଲେ ।

ଅନ୍ୟପଟେ ତାଙ୍କ ଓକିଲ କହିଛନ୍ତି ଯେ ରାକେଶଙ୍କୁ କିଛି ଦିନ ପୂର୍ବେ ଜଣାପଡିଲା ଯେ ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ ତାଙ୍କ ଫିଲ୍ମର ଅବିକଳ କାହାଣୀକୁ ନେଇ ଆଧାରିତ । ରାକେଶ ଏହାର ଅଭିଯୋଗ ପ୍ରଯୋଜକଙ୍କୁ ମଧ୍ୟ କରିଥିଲେ । କିନ୍ତୁ ସେମାନେ ଏହା ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନେଇଥିଲେ । ଯାହାପରେ ତାଙ୍କୁ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହେବାକୁ ପଡିଲା ।

ପ୍ରକାଶ ଥାଉକି ‘ଛପାକ’ ଜଣେ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ବାସ୍ତବ ଜୀବନକୁ ନେଇ ଆଧାରିତ । ଫିଲ୍ମରେ ଦୀପିକାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଅଭିନେତା ବିକ୍ରାନ୍ତ ମେସୀ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.