ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ନାସିରୁଦ୍ଦିନ ଶାହା କହିଛନ୍ତି ଯେ, ସେ ପ୍ରୋଜେକ୍ଟରେ ଏପରି ଏକ ଭୂମିକା ଖୋଜୁଛନ୍ତି। ଯେଉଁଥିରେ ସେ ଅଂଶ ହୋଇ ନିଜକୁ ଉପଭୋଗ କରିପାରିବେ ।
ଅଭିନେତା କହିଛନ୍ତି ଯେ, ମୋ ଜୀବନର ଏହି ପର୍ଯ୍ୟାୟରେ, ମୁଁ ଏମିତି ଏକ ପ୍ରୋଜେକ୍ଟରେ କାମ କରିବାକୁ ଚାହୁଁଛି ଯେଉଁଠାରେ ମୁଁ ନିଜକୁ ଉପଭୋଗ କରିପାରିବି । କିନ୍ତୁ, ମୁଁ ଆଉ ଚଳଚ୍ଚିତ୍ରରେ ପିତାଙ୍କ ଭୂମିକାରେ ଅଭିନୟ କରିବି ନାହିଁ ।
ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଏବଂ ଫିଲ୍ମ ଏବଂ ପରେ 1970 ଦଶକରେ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ରେ ଅଧ୍ୟୟନ କରିଥିବା ଶାହା 70-80 ଦଶକରେ ଭାରତୀୟ ସିନେମାରେ ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ।
ନାସିରୁଦ୍ଦିନ, ଫିଲ୍ମ ନିଶାନ୍ତ, ଜାନେ ଭି ଦୋ ୟାର, ଇଜାଜତ, ବଜାର, କାଥା, ମାସୁମ ଏବଂ ମିର୍ଚ ମସାଲାରେ ଚମତ୍କାର ଅଭିନୟ କରିଥିଲେ । ଏଥିସହିତ ହିରାଲାଲା, କରିସ୍ମା, ତ୍ରିଦେବ, ଚତ୍ମକାର ଏବଂ ମୋହରା ଭଳି ଚଳଚ୍ଚିତ୍ରରେ ସେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।
ଏଥିସହିତ ନାସିରୁଦ୍ଦିନ କହିଛନ୍ତି, ଇଣ୍ତଷ୍ଟ୍ରିରେ ନୱାଜୁଦ୍ଦିନ ସିଦ୍ଦିକି, ରାଜକୁମାର ରାଓ, ଗୁଲଶନ ଦେବୟା, ଆୟୁଷ୍ମାନ ଖୁରାନାଙ୍କ ଭଳି ଅନ୍ୟାନ୍ୟ ଚମତ୍କାର ଅଭିନେତା ଅଛନ୍ତି । ମୁଁ ସେମାନଙ୍କ ସହିତ କାମ କରିବାକୁ ସୌଭାଗ୍ୟବାନ ମନେ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ