ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ବି-ଟାଉନ୍ ସେଲିବ୍ରେଟିମାନେ ସେମାନଙ୍କ ସୋସିଆଲ ମିଡିଆରେ ପରିବେଶ ସମ୍ବନ୍ଧରେ ସଚେତନ କରୁଛନ୍ତି । ପ୍ରକୃତି ଏବଂ ପରିବେଶକୁ କିପରି ସଂରକ୍ଷଣ କରାଯିବ ସେ ସମ୍ବନ୍ଧରେ ଟିପ୍ସ ମଧ୍ୟ ସେୟାର କରୁଛନ୍ତି ।
ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍ ଇନଷ୍ଟାଗ୍ରାମରେ ପ୍ରକୃତି ମଧ୍ୟରେ ତାଙ୍କର ଥ୍ରୋବ୍ୟାକ୍ ଫଟୋ ସେୟାର କରି ପରିବେଶ ବିଷୟରେ ଲୋକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଫଟୋ ଗୁଡ଼ିକରେ କ୍ରିତି ଏକ ଜଙ୍ଗଲ ଭିତରେ ଠିଆ ହୋଇ ପୋଜ୍ ଦେଉଥିବାର ନଜର ଆସିଥିଲେ ।
ପ୍ରଥମ ଫଟୋରେ କ୍ରିତିଙ୍କୁ ଏଥିନିକ ଲୁକରେ ଦେଖିବାକୁ ମିଳିଥିଲା । ଏହାସହ ଦ୍ୱିତୀୟ ଫଟୋରେ ସେ ଏକ କାଜୁଆଲ୍ ଲୁକରେ ନଜର ଆସିଥିଲେ ।
କ୍ରିତି ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ଭଗବାନ ଆମ ଚାରିପାଖରେ ସବୁଜ ସୁନ୍ଦର ପରିବେଶକୁ ସୁନ୍ଦର ଭାବରେ ସୃଷ୍ଟି କରିଛନ୍ତି ଏବଂ ସବୁକିଛି କେତେ ସୁନ୍ଦର ଭାବରେ ସଜେଇ ଦେଇଛନ୍ତି । ତେଣୁ ଆମେ ମିଳିମିଶି ଆମେ ରହୁଥିବା ପରିବେଶର ଯତ୍ନ ନେବା ଉଚିତ । #ବିଶ୍ୱ ପରିବେଶ ଦିବସ ।
କ୍ରିତିଙ୍କୁ ଶେଷ ଥର ପାଇଁ ଅର୍ଜୁନ କପୁର ଏବଂ ସଞ୍ଜୟ ଦତ୍ତଙ୍କ ସହ ଆଶୁତୋଷ ଗୋୱାରିକରଙ୍କ 'ପାନିପାତ'ରେ ଦେଖିବାକୁ ମିଳିଥିଲା ।
ପରବର୍ତ୍ତୀ ସମୟରେ, କ୍ରିତି 'ମିମି' ଏବଂ 'ବଚ୍ଚନ ପାଣ୍ଡେ' ଭଳି ଫିଲ୍ମରେ ନଜର ଆସିବେ ।