ETV Bharat / sitara

ୱାର୍ଲ୍ଡ ବୁକ ଅଫ ରେକର୍ଡ୍ସ ଲଣ୍ଡନରେ ସମ୍ମାନିତ ହେଲେ ମନୋଜ କୁମାର

ଦୀଲିପ କୁମାରଙ୍କ ପରେ ଏବେ ମନୋଜ କୁମାରଙ୍କୁ ୱାର୍ଲ୍ଡ ବୁକ ଅଫ ରେକର୍ଡ୍ସ ସମ୍ମାନ ମିଳିଛି । ବଲିଉଡରେ ନିଜ ଦମଦାର ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ କିଣିଥିଲେ ମନୋଜ।

world book of records london
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
author img

By

Published : Feb 21, 2020, 7:59 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ମନୋଜ କୁମାରଙ୍କୁ ୱାର୍ଲ୍ଡ ବୁକ ଅଫ ରେକର୍ଡ୍ସ ଲଣ୍ଡନ ଦ୍ବାରା ସମ୍ମାନିତ କରାଯାଇଛି। କୁମାରଙ୍କୁ ଭାରତୀୟ ସିନେମାରେ ଶାନଦାର ଯୋଗଦାନ ପାଇଁ ଡବ୍ଲୟୁବିଆର ଗୋଲ୍ଡନ ଏରା ବଲିଉଡରେ ପୁରସ୍କାରରେ ପୁରସ୍କୃତ କରାଯାଇଛି । 82 ବର୍ଷିୟ ମନୋଜ ଶେଷଥର 1995ରେ ଆସିଥିବା ଫିଲ୍ମ ‘ମୈଇଦାନ ଏ ଜଙ୍ଗ’ରେ ଅଭିନୟ କରିଥିଲେ ।

ମନୋଜଙ୍କୁ ଏହି ପୁରସ୍କାର ସୁପ୍ରିମକୋର୍ଟର ଓକିଲ ଓ ୱାର୍ଲ୍ଡ ବୁକ ଅଫ ରେକର୍ଡ୍ସର ଅଧ୍ୟକ୍ଷ ସନ୍ତୋଷ ଶୁକ୍ଲା, ଉପାଧ୍ୟକ୍ଷ ଉସମାନ ଖାନ ଓ ପ୍ରଫେସର ରାଜୀବ ଶର୍ମା ପ୍ରଦାନ କରିଛନ୍ତି। କୁମାରଙ୍କୁ ଭାରତ ସରକାର 1992ରେ ପଦ୍ମଶ୍ରୀ, 2015ରେ ଦାଦା ସାହେବ ଫାଲକେରେ ସମ୍ମାନିତ କରିଥିଲେ।

ପ୍ରକାଶ ଥାଉକି ମନୋଜ ଦେଶଭକ୍ତି ଫିଲ୍ମ ପାଉଁ ଚର୍ଚ୍ଚିତ । ସେ ‘ହରିୟାଲି ଔର ରାସ୍ତା’, ‘ୱୋ କୌନ ଥି’, ‘ହିମାଲୟ କି ଗୋଦ ମେଁ’, ‘ଉପକାର’ ଭଳି ସୁପରହିଟ୍ ଫିଲ୍ମ ବଲିଉଡକୁ ଦେଇଛନ୍ତି । ନିକଟରେ ୱାର୍ଲ୍ଡ ବୁକ ଅଫ ରେକର୍ଡ୍ସ ଲଣ୍ଡନ ତରଫରୁ ବଲିଉଡର ଫେମସ ଅଭିନେତା ଦିଲୀପ କୁମାରଙ୍କୁ ଏହି ସମ୍ମାନ ଦିଆଯାଇଥିଲା । ତାଙ୍କୁ ଏହି ପୁରସ୍କାର ତାଙ୍କ ଜନ୍ମଦିନରେ ପ୍ରଦାନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.