ETV Bharat / sitara

‘ବଧାଇ ହୋ’ ସିକ୍ବେଲକୁ ଆୟୁଷ୍ମାନଙ୍କ ନାଁ, ଜାଣନ୍ତୁ କାରଣ

author img

By

Published : Mar 11, 2020, 9:42 PM IST

ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ବଧାଇ ହୋ’ର ସିକ୍ବେଲ ‘ବଧାଇ ଦୋ’ ନଜର ଆସିବେ ନାହିଁ ଆୟୁଷ୍ମାନ ଖୁରାନା । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା।

ayushmann khurrana
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: 2018ରେ ଆସିଥିବା ବିକ୍କି ଡୋନର ଆୟୁଷ୍ମାନ ଖୁରାନାଙ୍କ ସୁପରହିଟ୍ ଫିଲ୍ମ ‘ବଧାଇ ହୋ’ ସିକ୍ବେଲ ଖୁବଶୀଘ୍ର ଆସିବାକୁ ଯାଉଛି । ଯାହାର ଟାଇଟଲ ‘ବଧାଇ ଦୋ’ ରଖାଯାଇଛି। ହେଲେ ଏଥର ଆୟୁଷ୍ମାନଙ୍କୁ ଫିଲ୍ମରେ ଦେଖିବାକୁ ପାଇବେ ନାହିଁ ଦର୍ଶକ । କାରଣ ଅଭିନେତା ରାଜକୁମାର ରାଓଙ୍କ ହାତରେ ଲାଗିଛି ଏହି ଫିଲ୍ମ । ସେହିପରି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ଭୂମି ପେଡନେକର। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ଦ୍ଦେଶକ ହର୍ଷବର୍ଦ୍ଧନ କୁଲକର୍ଣ୍ଣୀ। ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି।

ଶୁଣିବାକୁ ମିଳୁଛି ଯେ ରାଜକୁମାରଙ୍କ ପୂର୍ବରୁ ଆୟୁଷ୍ମାନଙ୍କୁ ଏହି ଫିଲ୍ମ ଅଫର ହୋଇଥିଲା । ହେଲେ ସେ ଏହି ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ। କାରଣ ଏହି ଫିଲ୍ମ ଅଫର ମିଳିବା ପୂର୍ବରୁ ଆୟୁଷ୍ମାନ ଆଉ ତିନୋଟି ଫିଲ୍ମରେ ସାଇନ କରିନେଇଥିଲେ। ଯେଉଁଥିରେ ବର୍ତ୍ତମାନ ସେ ଖୁବ୍ ବ୍ୟସ୍ତ । ଯାହାଦ୍ବାରା ସେ ଏହି ଫିଲ୍ମ ପାଇଁ ସମୟ ଦେଇପାରି ନଥାଆନ୍ତେ ।

ଏହି ଖବର ବ୍ୟତୀତ ଆଉ ଏକ ଖବର ଚର୍ଚ୍ଚାରେ। ‘ବଧାଇ ଦୋ’ର ପ୍ଲଟ ଏମିତି ରଖାଯାଇଛି। ଯେଉଁଥିରେ ପୂର୍ବରୁ ଅଭିନୟ କରିସାରିଛନ୍ତି ଆୟୁଷ୍ମାନ। ଏଥି ନିମନ୍ତେ ସେ ‘ବଧାଇ ହୋ’ ସିକ୍ବେଲରେ କାମ କରିବାକୁ ମନା କରିଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.