ନୂଆଦିଲ୍ଲୀ: ‘ଧଡକ’ ଫେମ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ, ଜାହ୍ନବୀ ତାଙ୍କର କିଛି ହଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋରେ ଜାହ୍ନବୀ ବିକିନି ପିନ୍ଧି ସମୂଦ୍ରକୂଳରେ ବୁଲୁଥିବାର ନଜର ଆସିଛନ୍ତି । ଫଟୋରେ ତାଙ୍କ ସହ ଜଣେ ପୁରୁଷ ବନ୍ଧୁ ଥିବାର ଦେଖିବାକୁ ମିଳିଛି । ଜାହ୍ନବୀ ତାଙ୍କ ହାତ ଧରି ସମୂଦ୍ରକୂଳରେ ବୁଲୁଛନ୍ତି ।
ଗୋଟିଏ ଫଟୋରେ ଜାହ୍ନବୀ ପଥର ଉପରେ ବସି ପୋଜ ଦେଉଥିବାବେଳେ ଅନ୍ୟ ଫଟୋରେ ସେ ପାଣିରେ ବୁଡି ପୋଜ ଦେଉଥିବାର ଦେଖିବାକୁ ମିଳିଛି । ଏବେ ଜାହ୍ନବୀଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିସହିତ ଏହି ଫଟୋରେ ଲକ୍ଷେରୁ ଅଧିକ ଭ୍ୟୁଜ ମିଳିସାରିଲାଣି ।
ପ୍ରକାଶ ଥାଉ ଯେ, ନିକଟରେ ଜାହ୍ନବୀଙ୍କ କମେଡି ହରର ଡ୍ରାମା ଫିଲ୍ମ ‘ରୁହି’ ରିଲିଜ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ