ETV Bharat / sitara

ସୁହାନାଙ୍କ ବଏଫ୍ରେଣ୍ତଙ୍କୁ ଶାହରୁଖଙ୍କ ଚେତାବନୀ

ବର୍ତ୍ତମାନ "କଫି ଓ୍ବିଥ କରଣ" ସିଜିନ-5 ର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶାହରୁଖ ସୁହାନାଙ୍କ ବଏଫ୍ରେଣ୍ତଙ୍କ ପ୍ରଶ୍ନ ଉପରେ କିଛି ମଜାଦାର ଉତ୍ତର ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 7, 2021, 5:43 PM IST

when-shah-rukh-khan-warned-if-suhanas-boyfriend-will-kiss-her-i-will-rip-his-lips-off
ସୁହାନାଙ୍କ ବୟଫ୍ରେଣ୍ତଙ୍କୁ ଶାହରୁଖଙ୍କ ଚେତାବନୀ

ନୂଆଦିଲ୍ଲୀ: କିଙ୍ଗ ଖାନ ଶାହରୁଖଙ୍କ ଲାଡଲୀ ସୁହାନା ଖାନ ଚର୍ଚ୍ଚିତ ଷ୍ଟାର କିଡ ମଧ୍ୟରେ ଅନ୍ୟତମ । ସେ ସବୁବେଳେ କୌଣସି ନାଁ କୌଣସି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଡ୍ରେସ ସେନ୍ସ ଠୁ ନେଇ ଫଟୋସୁଟ ସମସ୍ତଙ୍କୁ ଦିୱାନା କରିଥାଏ ।

ଏବେ "କଫି ଓ୍ବିଥ କରଣ " ସିଜିନ-5 ର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶାହରୁଖ ସୁହାନାଙ୍କ ବୟଫ୍ରେଣ୍ତଙ୍କ ପ୍ରଶ୍ନ ଉପରେ କିଛି ମଜାଦାର ଉତ୍ତର ଦେଇଛନ୍ତି, ଯାହାକୁ ଶୁଣି ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ । ଏହି ଏପିସୋଡରେ ଶାହରୁଖ ଆଲିଆ ଭଟ୍ଟଙ୍କ ସହ ଥିଲେ ।

ସିଜିନ-5ର ଏହି ଏପିସୋଡରେ, କରଣ ଆଲିଆଙ୍କୁ ପଚାରିଥିଲେ ଯେ ତୁମର ପ୍ରଥମ ବୟଫ୍ରେଣ୍ତ ଥିବାବେଳେ ତୁମର ବୟସ କେତେ ଥିଲା ? ଆଲିଆ ଏହାର ଉତ୍ତର ଦେଇ କହିଛନ୍ତି ଯେ, ମୁଁ ସେତେବେଳେ 16 ବର୍ଷର ଥିଲି ।

ଏହା ଉପରେ କରଣ ଶାହାରୁଖଙ୍କୁ ପଚାରିଛନ୍ତି ଯେ, ତୁମର ଝିଅ ସୁହାନାଙ୍କର ବୟସ ମଧ୍ୟ 16 ବର୍ଷ, ଯଦି ସୁହାନାର ବୟଫ୍ରେଣ୍ତ ରହେ ଏବଂ ସେ ତାକୁ କିସ କରିବାକୁ ଚେଷ୍ଟା କରେ ତେବେ ଆପଣ କଣ କରିବେ ?

ଶାହରୁଖ ଏହା ଉପରେ ଏକ ମଜାଦାର ଉତ୍ତର ଦେଇ କହିଛନ୍ତି ଯେ, ଯଦି ମୋ ଝିଅକୁ ତା' ବୟଫ୍ରେଣ୍ତ କିସ କରିବାକୁ ଚେଷ୍ଟା କରେ, ତେବେ ମୁଁ ତା' ଓଠକୁ କାଟି ଦେବି । ଯାହାକୁ ଶୁଣି କରଣ କହିଛନ୍ତି, ମୁଁ ଜାଣିଥିଲି ତୁମେ ଏହା କରିବ । ଶାହାରୁଖ ମଧ୍ୟ ସେଥିରେ ସହମତ ହୋଇ କହିଛନ୍ତି ସେଥିପାଇଁ ମୋର ଝିଅର ବୟଫ୍ରେଣ୍ତ ନାହିଁ, କାରଣ ସେ ମଧ୍ୟ ଏହା ଜାଣେ ।

ପ୍ରକାଶ ଥାଉ ଯେ, ଶାହାରୁଖଙ୍କ ଝିଅ ନ୍ୟୁୟର୍କରେ ପାଠ ପଢୁଛନ୍ତି । ଏଥିସହିତ ସୁହାନା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.