ମୁମ୍ବାଇ: ଟି-ସିରିଜ ପ୍ରତିଷ୍ଠାତା ଗୁଲସନ କୁମାରଙ୍କ ବାୟୋପିକ ‘ମୁଗଲ’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯେଉଁଥିରେ ନଜର ଆସିବେ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ। ଗୁଲସନ କୁମାରଙ୍କ ପୁଅ ଭୂଷଣ କୁମାର ଗତ ବର୍ଷ ଘୋଷଣା କରିଥିଲେ ଯେ ‘ଲାଲ ସିଂ ଚଡ୍ଡା’ ପରେ ଆମୀର ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ।
ଇତିମଧ୍ୟରେ ପୁଣି ଫିଲ୍ମ ସୁଟିଂକୁ ନେଇ ଭୂଷଣ କରିଛନ୍ତି, ‘ବର୍ତ୍ତମାନ ଆମୀର କୋରନା ସହ ଲଡୁଛନ୍ତି । ଆଉ ତାଙ୍କ ଫିଲ୍ମ ଲାଲ ସିଂ ଚଡ୍ଡା ରିଲିଜ ହେବା ପରେ ଆମେ ନିଷ୍ପତ୍ତି ନେଉଛୁ ମୁଗଲର ସୁଟିଂ ଆରମ୍ଭ କରିବାକୁ । ଆସନ୍ତା ବର୍ଷରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ । ମୁଁ ଏବେ ସଠିକ୍ ସମୟ କହିପାରିବି ନାହିଁ କିନ୍ତୁ 2023ରେ ଆମେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛୁ ।’
ପ୍ରକାଶ ଥାଉକି ଗୁଲସନ କୁମାରଙ୍କୁ ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରିର ମୁଗଲ ନାମରେ ମଧ୍ୟ ଜଣାଯାଉଥିଲା । ତାଙ୍କ ବାୟୋପିକ ‘ମୁଗଲ’କୁ ନେଇ ଏହି ନୂଆ ସୂଚନା ପାଖାପାଖି ଦୀର୍ଘ ସମୟ ପରେ ସାମ୍ନାକୁ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ