ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ପ୍ରଶଂସକ ପାଇଁ ଖୁସି ଖବର । ବାସ୍ତବରେ ଅଲୁ ଅର୍ଜୁନ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଏହା ଆମେ କହୁନାହୁଁ, ବରଂ ଅଲୁ ଅର୍ଜୁନ ନିଜେ ଏମିତି ଈଶାରା ଦେଉଛନ୍ତି । ଅଲୁ ଅର୍ଜୁନଙ୍କୁ ସୋମବାର (ମାର୍ଚ୍ଚ 14) ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ଭଂସାଲୀଙ୍କ କାର୍ଯ୍ୟାଳୟରୁ ଅଲୁ ଅର୍ଜୁନଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ ହେବା ପରେ ସେ ଖୁବ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।

ସଞ୍ଜୟ ଲୀଲା ଭଂସାଲୀଙ୍କ କାର୍ଯ୍ୟାଳୟରେ ଅଭିନେତାଙ୍କୁ ଦେଖିବା ପରେ ଅଲୁଙ୍କ ବଲିଉଡକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ ସଞ୍ଜୟ ତାଙ୍କ ନୂଆ ପ୍ରୋଜେକ୍ଟ ପାଇଁ ଅଭିନେତା ଅଲୁଙ୍କୁ ନେବାକୁ ଚାହୁଁଛନ୍ତି । ଏହାର ଶୀଘ୍ର ଘୋଷଣା ପାଇଁ ଅଲୁଙ୍କ ପ୍ରଶଂସକ ମଧ୍ୟ ଅପେକ୍ଷା କରିଛନ୍ତି ।
କହିବାକୁ ଗଲେ, 'ପୁଷ୍ପା: ଦି ରାଇଜ୍' ଚଳଚ୍ଚିତ୍ରରୁ ଅଲୁ ଅର୍ଜୁନ ଦେଶ ତଥା ବିଶ୍ୱରେ ଅନେକ ନାମ ଅର୍ଜନ କରିଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର ପୁଷ୍ପରାଜ ଗତ ତିନିମାସ ଧରି ଇଣ୍ଟରନେଟରେ ଭାଇରାଲ ହେଉଛି। ପୁଷ୍ପା ବକ୍ସ ଅଫିସରେ ଅନେକ ରେକର୍ଡ କରିଛି । ଫିଲ୍ମ 'ପୁଷ୍ପା: ଦି ରାଇଜ୍' ପରେ ଅଲୁ ଅର୍ଜୁନଙ୍କ ଷ୍ଟାରଡମ୍ ଆହୁରି ବଢି ଯାଇଛି ।
- " class="align-text-top noRightClick twitterSection" data="
">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ