ହାଇଦ୍ରାବାଦ: ବଲିଉଡରେ ହୋଲି ଉତ୍ସବର କିଛି ନିଆରା ସ୍ବାଦ ରହିଛି । ବଲିଉଡରେ କେତେକ ଗ୍ରୁପିଜିମ୍ରେ ହୋଲି ଖେଳୁଥିବାବେଳେ ଆଉ କେତେକ ପରିବାର ସହିତ ଏହି ରଙ୍ଗର ପର୍ବକୁ ଉପଭୋଗ କରନ୍ତି । ଟିଭି ଠାରୁ ବଲିଉଡ୍ ସେଲିବ୍ରିଟି ପର୍ଯ୍ୟନ୍ତ ସେମାନେ ହୋଲିକୁ ଏକ ମହାନ୍ ଉତ୍ସବରେ ପରିଣତ କରିଦିଅନ୍ତି । ଏଠାରେ, ବଲିଉଡର 'ଦେଶୀ ଗର୍ଲ' ପ୍ରିୟଙ୍କା ଚୋପ୍ରା ମଧ୍ୟ ଲସ୍ ଆଞ୍ଜେଲସ୍ (ଯୁକ୍ତରାଷ୍ଟ୍ର) ରେ ତାଙ୍କ ଶାଶୁ ଘରେ ହୋଲିକୁ ପୁରା ଉପଭୋଗ କରିଛନ୍ତି ।
ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନସ୍ ଏବଂ ତାଙ୍କ ପରିବାର ତଥା ସାଙ୍ଗମାନଙ୍କ ସହିତ ହୋଲି ଖେଳକୁ ଖୁବ୍ ଉପଭୋଗ କରୁଛନ୍ତି । ପ୍ରିୟଙ୍କା ଚୋପ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ତାଙ୍କ ଶାଶୁଘରର ହୋଲି ଉତ୍ସବର ଏକ ସୁନ୍ଦର ଝଲକ ସେୟାର କରିଛନ୍ତି । ଏହି ଫଟୋ ଏବଂ ଭିଡିଓ ଗୁଡିକରେ ପ୍ରିୟଙ୍କା ଏବଂ ନିକଙ୍କ ହୋଲି ସ୍ବାଗ୍ ବହୁତ ରୋମାଣ୍ଟିକ୍ ନଜର ଆସିଛି । ପ୍ରିୟଙ୍କା-ନିକ ପରସ୍ପରର ଗାଲରେ ଗୁଲାଲ ତଥା ରଙ୍ଗ ଲଗାଇଛନ୍ତି ଏବଂ ବିଶେଷ ଉତ୍ସବରେ ଏହି ଦମ୍ପତି ରୋମାଣ୍ଟିକ ମୁଡରେ ପରସ୍ପରକୁ ଚୁମ୍ବନ ଦେଇ ପ୍ରେମ ବ୍ୟକ୍ତ କରିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଫଟୋ ଏବଂ ଭିଡିଓକୁ ସେୟାର କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, 'Do me a favor.. let’s play holi. Sorry. Had to! ଏହା ହେଉଛି ପ୍ରିୟଙ୍କା ଚୋପ୍ରାଙ୍କ ଚଳଚ୍ଚିତ୍ରର ଗୀତ, ଯାହା ହୋଲି ସେଲିବ୍ରେସନ ସମୟରେ ଶୁଣିବାକୁ ମିଳେ । ଏହି ଗୀତ ବିନା ଯେମିତି ହୋଲି ଖେଳ ଅଧୁରା ଲାଗେ । ତେବେ ପ୍ରିୟଙ୍କା ଚୋପ୍ରା ହୁଏତ ବିଦେଶରେ ରହୁଥାଇପାରନ୍ତି, କିନ୍ତୁ ସେ ନିଜ ଦେଶ ଭାରତର ରୀତିନୀତି ଏବଂ ପାରମ୍ପାରିକ ପର୍ବ ପାଳନ କରିବାକୁ ଭୁଲି ନାହାଁନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ