ETV Bharat / sitara

ସାବତ ଝିଅ ସମାଇରା ସହ ଧୁମ୍ ନାଚିଲେ ଦିଆ

ଜୁଲାଇ ୧୪ରେ ଦିଆ ମିର୍ଜା ଏକ ପୁତ୍ର ସନ୍ତାନ ଜନ୍ମଦେଇ ଚର୍ଚ୍ଚାରେ ଥିବାବେଳେ ରବିବାର ନିଜ ସାବତ ଝିଅ ସହ ଏକ ଡ୍ୟାନ୍ସ ଭିଡିଓ ସେୟାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 19, 2021, 12:45 PM IST

ସାବତ ଝିଅ ସମାଇରା ସହ ଧୁମ୍ ନାଚିଲେ ଦିଆ
ସାବତ ଝିଅ ସମାଇରା ସହ ଧୁମ୍ ନାଚିଲେ ଦିଆ

ମୁମ୍ବାଇ: ସାବତ ଝିଅ ସହ ଡ୍ୟାନ୍ସ ଭିଡିଓ ସେୟାର କଲେ ଦିଆ ମିର୍ଜା । ଜୁଲାଇ ୧୪ରେ ଦିଆ ମିର୍ଜା ଏକ ପୁତ୍ର ସନ୍ତାନ ଜନ୍ମ ଦେଇ ଚର୍ଚ୍ଚାରେ ଥିବାବେଳେ ରବିବାର ନିଜ ସାବତ ଝିଅ ସହ ଏକ ଡ୍ୟାନ୍ସ ଭିଡିଓ ସେୟାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ଭିଡିଓରେ ଦିଆ ମିର୍ଜା ଏବଂ ତାଙ୍କ ସାବତ ଝିଅ ସମାଇରା ରେଖି ସମାନ ଡ୍ରେସ ପିନ୍ଧି ବେଶ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ରବିବାର ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ଦିଆ ମିର୍ଜା ଲେଖିଛନ୍ତି, ସଣ୍ଡେ ସେନାନିଙ୍ଗାସ୍ ୱିଥ୍ #ମାଇ ବେଷ୍ଟି # ସଣ୍ଡେଫଣ୍ଡେ । ଭିଡିଓଟିକୁ ଫ୍ୟାନ୍ସ, ବେଶ୍ ପସନ୍ଦ କରିଛନ୍ତି ।

ଜୁଲାଇ ୧୪ରେ ଦିଆ ମିର୍ଜା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ବେବି ବଏର ନାମ ‘ଅୟାନ ଏଜାଜ୍ ରେଖି’ ରଖିଛନ୍ତି । ତେବେ ଚଳିତ ବର୍ଷ ଫେବୃୟାରୀରେ ଦିଆ ଏବଂ ବୈଭବ ଦ୍ବିତୀୟ ବିବାହ କରିଥିଲେ । ଏପ୍ରିଲରେ ଦିଆ ଗର୍ଭବତୀ ଥିବା ସୂଚନା ଦେଇଥିଲେ । ପ୍ରକାଶ ଥାଉକି, ଏହା ପୂର୍ବରୁ ଦିଆ ନିଜର ବିଜନେସ୍ ପାର୍ଟନର ସାହିଲ ସଂଙ୍ଘାକୁ ବିବାହ କରିଥିଲେ । କିଛି ବର୍ଷ ପରେ ଉଭୟ ପରସ୍ପରକୁ ଛାଡପତ୍ର ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.