ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରଥମ ଥର ଏକ ଭଜନ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକଗୀତ ଉପରେ ଆଧାରିତ ଏହି ଭିଡିଓ । ପ୍ରଥମଥର ଭଜନକୁ ଏକ ନୂଆ ଅନ୍ଦାଜରେ ଶୁଣିବାକୁ ମିଳୁଛି । ଭଗବାନ ଭୋଳା ଶଙ୍କରଙ୍କୁ ନେଇ ଗୀତଟି ତିଆରି ହୋଇଛି । 'ମେରା ଭୋଲା ହେ ଭଣ୍ଡାରି' ଗୀତଟି ଏବେ ୟୁଟ୍ୟୁବରେ ରାଜ୍ କରୁଛି ।
Sur Studios ନାମକ ୟୁଟ୍ୟୁବ ଚ୍ୟାନେଲ ଦ୍ବାରା ଫେବୃଆରୀ 23ରେ ଅପଲୋଡ ହୋଇଥିଲା ଏହି ଭିଡିଓ । କିନ୍ତୁ ଭିଡିଓଟି ଏବେ ଚର୍ଚ୍ଚାରେ ଆସିଛି । କାରଣ ଏଯାବତ ଏହି ଭିଡିଓଟିକୁ 71, 865,930 ଥର ଦେଖାସରିଲାଣି । ଗୀତଟିକୁ ଅପଲୋଡ କରାଯାଇ ଏହି ସୂଚନା ମଧ୍ୟ ଦିଆଯାଇଥିଲା ଯେ 'ମେରା ଭୋଲା ହେ ଭଣ୍ଡାରି' ଗୀତଟି ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନ୍ ଏବଂ ତାଙ୍କ ପରିବାରକୁ ସମର୍ପିତ ।
ଏହି ଲୋକଗୀତଟିକୁ ପ୍ରଥମେ ହିମାଞ୍ଚଳ ସୁପରଷ୍ଟାର କରନୈଲ ରାଣା ଗାଇଛନ୍ତି । ଅନ୍ୟପଟେ ଗୀତରେ ହିନ୍ଦୀ ଏବଂ ପାହାଡି ଭାଷାର ଫ୍ୟୁଜନ କରାଯାଇଛି । ସେହିପରି ଏହାର ହିନ୍ଦୀ ଭାଗଟିକୁ ଗାଇଛନ୍ତି ହଂସରାଜ ରଘୁବଂଶୀ, ଯିଏ ଖୁବ୍ ଶୀଘ୍ର ବଲିଉଡରେ ପ୍ଲେବ୍ୟାକ ଦେବାକୁ ଯାଉଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ପପୁଲାର ଭିଡିଓ....
- " class="align-text-top noRightClick twitterSection" data="">