ହାଇଦ୍ରାବାଦ: ସଉକ ଆଗରେ ନତମସ୍ତକ ହୋଇଛି ବୟସ। ବୟସର ଅପରାହ୍ଣରେ ବି ସେ ଚଳଚଞ୍ଚଳ। ହଁ ଆଜ୍ଞା, ଆମେ କହୁଛୁ ଭେଟେରାନ ବରିଷ୍ଠ ବଲିଉଡ ଅଭିନେତ୍ରୀ ୱାହିଦା ରେହମାନଙ୍କ କଥା। ଗତ ଫେବ୍ରୁଆରୀ ମାସରେ 83 ବର୍ଷରେ ପଦର୍ପଣ କରିଥିଲେ ୱାହିଦା ରେହମାନ। ଏହି ବୟସରେ ସେ ପାଲଟିଛନ୍ତି ୱାଇଲ୍ଡ ଲାଇଫ ଫଟୋଗ୍ରାଫର। ଏହାପରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ରହସ୍ୟମୟୀ ସମୁଦ୍ରରେ ସ୍କୁବା ଡାଇଭିଂ କରୁଥିବା ନଜର ଆସିଛନ୍ତି ଏହ ଭେଟେରାନ ଅଭିନେତ୍ରୀ।
ସମୁଦ୍ର ଭିତରେ ସ୍କୁବା ଡାଇଭିଂ କରୁଥିବା ବେଲେ ୱାହିଦା ରେହମାନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବହୁଦିନରେ ଏହି ଇଚ୍ଛା ପୂରଣ କରିବାକୁ ଲକ୍ଷ୍ୟ ରଖିଥିଲେ ଏହି 60 ଦଶକର ଅଭିନେତ୍ରୀ। 2019 ମସିହାରେ ଟ୍ବିଙ୍କେଲ ଖନ୍ନାଙ୍କ ସହ ଏକ ସାକ୍ଷାତକାର ବେଳେ ନିଜ ସ୍କୁବା ଡାଇଭିଂ ଇଚ୍ଛା ନେଇ ଆଲୋଚନା କରିଥିଲେ ୱାହିଦା ରେହମାନ। ଆଗାମୀ ଦୁଇ ବର୍ଷ ମଧ୍ୟରେ ନିଜ ଇଚ୍ଛା ପୂରଣ କରିବେ ବୋଲି ସେ କହିଥିଲେ। ଯାହା 2021ରେ ପୂରଣ ହୋଇଥିବା ମନେ ହେଉଛି।
- " class="align-text-top noRightClick twitterSection" data="
">
- " class="align-text-top noRightClick twitterSection" data="
">
ୱାହିଦା ରେହମାନଙ୍କ ଏହି ଫୋଟକୁ ତାଙ୍କ କାଶ୍ବି ରେଖୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋରେ ସମୁଦ୍ର ଭିତରେ ପହଁରି ୱାହିଦା ସ୍କୁବା ଡାଇଭିଂର ମଜା ନେଉଥିବା ଦେଖା ଯାଇଛି। ପାଣି ଭିତରେ ଉଭୟ ୱାହିଦା ଓ ତାଙ୍କ ଝିଅ ସ୍ନୋର୍କେଲିଂ ଗିଅର ପିନ୍ଧିଥିବା ନଜର ଆସିଛନ୍ତି।
ବୟସ କେବଳ ଏକ ସଂଖ୍ୟା, ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ୱାହିଦା ରେହମାନ। 2019ରେ ମଧ୍ୟ ସେ ୱାଇଲ୍ଡ ଲାଇଫ ଫୋଟଗ୍ରାଫର ପାଲଟି ସଭିଙ୍କୁ ଚକିତ କରିଥିଲେ। ଯାହାଫଳରେ ସେ ଭାରତ ସହ ତାଞ୍ଜାନିଆ, ନାମ୍ବିଆ ଓ କେନିଆ ଆଦି ଦେଶର ଘଞ୍ଚ ଜଙ୍ଗଲ ବୁଲି ବନ୍ୟଜନ୍ତୁଙ୍କ ଫଟୋକୁ ନିଜ କ୍ୟାମେରା କୈଦ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ