ETV Bharat / sitara

ପତ୍ନୀଙ୍କ ପ୍ରଶଂସାରେ ବିରାଟ

କିଛି ଦିନ ହେବ ନିଜ ପ୍ରଥମ ୱେବ ସିରିଜ ‘ପାତାଲ ଲୋକ’କୁ ନେଇ ବିବାଦ ଘେରରେ ଅନୁଷ୍କା । ଇତିମଧ୍ୟରେ ସ୍ବାମୀ ବିରାଟଙ୍କ ଠାରୁ ଖୁବ୍ ପ୍ରଂଶସା ପାଇଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା
author img

By

Published : Jun 1, 2020, 7:26 PM IST

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ବର୍ତ୍ତମାନ ଘରେ ସମୟ ବିତାଉଛନ୍ତି। ଲକଡାଉନ ପାଇଁ ଏହି ଯୋଡି ଏବେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ନଜର ଆସୁଛନ୍ତି। ନିକଟରେ ବିରାଟ, ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ ଚାଟରେ କଥାବାର୍ତ୍ତା କରିଥିଲେ । ଆଉ ସବୁଠୁ ମୁଖ୍ୟ କଥା ହେଲା ଯେ ସେ ଅନୁଷ୍କାଙ୍କ ଖୁବ୍ ପ୍ରଶଂସା କରିଥିଲେ।

କଥାବର୍ତ୍ତା ସମୟରୁ ଅନୁଷ୍କାଙ୍କ ସହ ବିରାଟଙ୍କ ବୁଝାମଣା ବିଷୟରେ ପଚରାଯାଇଥିଲା । ଏହାର ଜବାବରେ ସେ କହିଥିଲେ, ‘ଅନୁଷ୍କା ମୋର ମାନସିକତା ବୁଝିପାରନ୍ତି । ଯେତେବେଳେ ଦୁଇଜଣ ଲୋକ ସମାନ ଭାବରେ ଭାବନ୍ତି, କଥାବାର୍ତ୍ତ ସହଜ ହୋଇଯାଏ । ମୁଁ କିଛି ନକହିଲେ ମଧ୍ୟ ସେ ମୋ ଫେସ ଦେଖି ସବୁ ବୁଝିପାରନ୍ତି । ’

ଜଣେ ଅଭିନେତ୍ରୀ, ନିର୍ମାତା ଭାବରେ ସେ ଠିକ୍ ସ୍ଥାନରୁ ଏକ ପ୍ରୋଜେକ୍ଟ ଭାବରେ ଯାହା କରିବାକୁ ଚାହୁଁଛନ୍ତି ତାହା ବାଛନ୍ତି । ସେ ଜଣେ ବ୍ୟକ୍ତି ଯିଏ ସର୍ବଦା ସଠିକ୍ କାର୍ଯ୍ୟ କରନ୍ତି । ସେ ତାଙ୍କ ହୃଦୟ କଥା ଶୁଣନ୍ତି ଏବଂ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଅନୁସରଣ ମଧ୍ୟ କରନ୍ତି । ସେ ସମ୍ପୂର୍ଣ୍ଣ ନିର୍ଭୟ ଝିଅ ବୋଲି କହିଥିଲେ ବିରାଟ ।

ପ୍ରକାଶ ଥାଉକି କିଛି ଦିନ ହେବ ଅନୁଷ୍କାଙ୍କ ଡେବ୍ୟୁ ୱେବ ସିରିଜ ‘ପାତାଲ ଲୋକ’ ଚର୍ଚ୍ଚାରେ। ଦର୍ଶକ ଓ କ୍ରିଟିକ୍ସ ମନ କିଣିଥିବା ବେଳେ ସିରିଜକୁ ନେଇ ଅନେକ ଲୋକ ଆପତ୍ତି ପ୍ରକାଶ କରିଥିଲେ । ଯାହା ନିର୍ମାତାଙ୍କୁ ସମସ୍ୟା ଘେରରେ ଆଣି ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.