ନୂଆଦିଲ୍ଲୀ: ପିତାମାତା ହେଲା ପରେ ବି ପୁଣି ଚର୍ଚ୍ଚାରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଉଭୟ ଗତ କିଛିଦିନ ହେବ ଏକ କନ୍ୟା ସନ୍ତାନ ପ୍ରାପ୍ତି କରିଛନ୍ତି । ତେବେ ଉଭୟ ପତିପତ୍ନୀ ନିକଟରେ ପାରିବାରିକ ଫଟୋ ସହିତ ନବଜାତ ଶିଶୁର ନାମ ଘୋଷଣା କରିଥିଲେ ।
ନିକଟରେ ବିରାଟ ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନୋତ୍ତର ସେସନ କରିଥିଲେ । ଯେଉଁଥିରେ ତାଙ୍କୁ ଅନେକ ପ୍ରଶଂସକ କିଛି ରୋଚକ ପ୍ରଶ୍ନ ପଚାରିଥିଲେ । ଯାହାର ଗୋଟିଏ ପରେ ଗୋଟିଏ ଉତ୍ତର ଦେଇଥିଲେ ବିରାଟ । ଅନେକ ୟୁଜର୍ସ ତାଙ୍କୁ ଝିଅ ଭାମିକା ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ପଚାରିଥିଲେ ।
ୟୁଜର୍ସ ଜାଣିବାକୁ ଚାହୁଁଥିଲେ ଯେ, କାହିଁକି ଏପର୍ଯ୍ୟନ୍ତ ବିରୁଷ୍କା ଫ୍ୟାନ୍ସଙ୍କୁ ତାଙ୍କ ଝିଅର ଚେହେରା ଦେଖାଉନାହାଁନ୍ତି । ଯାହାର ଉତ୍ତରରେ ବିରାଟ କହିଛନ୍ତି, ଆମେ ସେହି ପର୍ଯ୍ୟନ୍ତ ସୋସିଆଲ ମିଡିଆରୁ ଝିଅକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛୁ, ଯେ ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆକୁ ବୁଝିବାକୁ ସକ୍ଷମ ହୋଇନି ।
ଏହାବ୍ୟତୀତ ଫ୍ୟାନ୍ସ ଭାମିକାଙ୍କ ନାଁର ଅର୍ଥ ମଧ୍ୟ ପଚାରିଥିଲେ । ଝିଅର ନାଁର ଅର୍ଥ ବାଖ୍ୟା କରି ବିରାଟ କହିଛନ୍ତି, ଭାମିକା ଦୁର୍ଗାଙ୍କ ଦ୍ବିତୀୟ ନାମ ।