ହାଇଦ୍ରାବାଦ: ନିକଟରେ ଅନେକ ବଲିଉଡ ଫ୍ୟାନ୍ସ ସାଇଟରେ ସାରାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଜଣେ ଫ୍ୟାନ ସାରାଙ୍କ ସେଲ୍ଫି ନେବା ପାଇଁ ଆସୁଥିବାର ଦେଖିବାକୁ ମିଳିଥିଲା ଓ ଫ୍ୟାନ ଜଣକ ତାଙ୍କୁ ଖରାପ ଉଦ୍ଦେଶ୍ୟରେ ଛୁଇଁ ଥିବାର ଅଭିଯୋଗ ହେଉଥିଲା ମାତ୍ର ଏହି ଭିଡିଓରେ ଥିବା ନାବାଳକ ଜଣକ ନିଖୋଜ ବାଳକ ବୋଲି ଜଣାପଡିଛି ।
ମଧ୍ୟପ୍ରଦେଶର ଏହି ଅଜୟ ନାମକ ନାବାଳକ ଗତ ଅଗଷ୍ଟ 17 ତାରିଖରୁ ନିଖୋଜ ଥିଲେ । ଦଶମ ଶ୍ରେଣୀରେ ପଢୁଥିବା ଅଜୟ ସ୍କୁଲରୁ କେଉଁଆଡେ ଚାଲିଯାଇଥିଲେ । ପରେ ଅଜୟଙ୍କ ପିତା ସ୍ବରୂପ ସିଂହ ଥାନାରେ ଏତଲା ଦେଇଥିଲେ ବି କୌଣସି ଖବର ମିଳିପାରୁନଥିଲା ।
ପରେ ସାରାଙ୍କ ଭିଡିଓ ଭାଇରାଲ ହେବା ପରେ ଅଜୟଙ୍କ କେତେଜଣ ସାଙ୍ଗ ଭିଡିଓକୁ ଦେଖି ଅଜୟ ବୋଲି ଚିହ୍ନିଥିଲେ ଓ ଅଜୟଙ୍କ ପିତାଙ୍କୁ ଜଣାଇଥିଲେ । ଏହପରେ ସ୍ବରୂପ ସିଂହ ପୋଲିସର ସହାୟତା ନେଇଥିଲେ ଓ ଅଜୟ ମୁମ୍ବାଇରେ ଥିବାର ଜଣାପଡିଥିଲା ତେବେ ସେ ମୁମ୍ବାଇରେ କେଉଁଠି ଅଛନ୍ତି ସେ ନେଇ ଜଣାପଡିନାହିଁ ।