ETV Bharat / sitara

‘ସେରନୀ’ର ନୂଆ ଟିଜର ରିଲିଜ, ବୁଧବାର ଆସିବ ଟ୍ରେଲର

author img

By

Published : Jun 1, 2021, 9:59 AM IST

ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ପ୍ରସ୍ତୁତ ଅଛି ଚର୍ଚ୍ଚିତ ଆକ୍ସନ ଡ୍ରାମା ଫିଲ୍ମ ‘ସେରନୀ’ । ଯାହାର ଟ୍ରେଲର ରିଲିଜ ହେବା ଘୋଷଣା କରିଛନ୍ତି ମେକର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ ‘ସେରନୀ’ଙ୍କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ନିକଟରେ ଫିଲ୍ମର ଡିଜିଟାଲ ରିଲିଜକୁ ନେଇ ବଡ ଘୋଷଣା କରିଥିଲେ ମେକର୍ସ । ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଆମାଜନ ପ୍ରାଇମ ଭିଡିଓରେ ଫିଲ୍ମ ଦେଖିପାରିବେ ସମସ୍ତେ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ନୂଆ ଟିଜର ଭିଡିଓ । ଯାହା ଜରିଆରେ ଫିଲ୍ମ ଟ୍ରେଲର ରିଲିଜର ଘୋଷଣା କରିଛନ୍ତି ମେକର୍ସ ।

ସେହିପରି ଆମାଜନ ପ୍ରାଇମ ଟ୍ବିଟର ଆକାଉଣ୍ଟରେ ଟିଜର ସେୟାର କରି ଲେଖାଯାଇଛି, ‘ଯାହା ବି ହେଉ ସେ ସବୁବେଳେ ସଠିକ୍ କାମ କରିବେ । ଜୁନ 2ରେ ଆସିବ ଟ୍ରେଲର । ସେରନୀଙ୍କୁ ଭେଟନ୍ତୁ ଜୁନ 2021ରେ ।’

ଅମିତ ମାସୁରକରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଦ୍ୟା ବାଲାନଙ୍କ ଛଡା ଶରଦ ସକ୍ସେନା, ମୁକୁଲ ଚଡ୍ଡା, ବିଜୟ ରାଜ, ଇଲା ଅରୁଣ, ବ୍ରେଜେନ୍ଦ୍ର କାଲା ଏବଂ ନୀରଜ କାବି ଅଭିନୟ କରିଛନ୍ତି। ଫିଲ୍ମରେ ବିଦ୍ୟା ଜଣେ ଦୃଢ ମହିଳା ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.