ETV Bharat / sitara

ଟିକଟକ ଭିଡିଓରେ ମାତିଛନ୍ତି ବିଦ୍ୟା

author img

By

Published : Jul 18, 2019, 2:12 PM IST

ଏବେ ଟିକଟକ ଆପରେ ଘୁରି ବୁଲୁଛି ବିଦ୍ୟା ବାଲନଙ୍କ ଭିଡିଓ । ଯାହା ଉପରେ କମେଣ୍ଟ କରିବାରେ ଲାଗିପଡିଛନ୍ତି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ

ମୁମ୍ବାଇ: ଅଭିନେତ୍ରୀ ବିଦ୍ୟା ବାଲନ ଏହି ସମୟରେ ନିଜର ଆଗାମୀ ଫିଲ୍ମ 'ମିଶନ ମଙ୍ଗଲ' ସୁଟିଂରେ ଖୁବ୍ ବ୍ୟସ୍ତ । ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ସବୁବେଳେ ଆକ୍ଟିଭ ନଜର ଆସୁଛନ୍ତି । ନିକଟରେ ତାଙ୍କର ଏକ ଟିକଟକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଭିଡିଓରେ ବିଦ୍ୟା ବିବାହ ପରେ ପତ୍ନୀ କେଉଁ ରୂପ ଧାରଣ କରନ୍ତି, ସେହି ବିଷୟରେ କଥା ହେଉଥିବାର ଦେଖାଯାଉଛନ୍ତି ।

ଫ୍ୟାନ୍ସ ମଧ୍ୟ ବିଦ୍ୟାଙ୍କ ଏହି ଭିଡିଓଟିକୁ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି । ସେଲିବ୍ରିଟିଙ୍କ ଠାରୁ ନେଇ ଫ୍ୟାନ୍ସ ପର୍ଯ୍ୟନ୍ତ ଏହି ଭିଡିଓରେ କମେଣ୍ଟ ଦେଖିବାକୁ ମିଳୁଛି । ଭାଇରାଲ ହୋଇଥିବ ଏହି ଭିଡିଓଟିକୁ ବିଦ୍ୟା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, "କିଛି ଟକ ଟୁକ ଟାଇମ ପାସ୍"।

ଭିଡିଓରେ ବିଦ୍ୟା ଲାଲ ରଙ୍ଗର ଶାଢୀ ପିନ୍ଧି, ମଥାରେ ସିନ୍ଦୂର ଲଗାଇଥିବାର ନଜର ଆସୁଛନ୍ତି । ଏହାସହ ସେ କହିଛନ୍ତି, "ଶାସ୍ତ୍ର ଅନୁଯାୟୀ ସବୁ କୁଁଆରୀ ଝିଅଙ୍କ ମଧ୍ୟରେ ନଟି ଦେବୀ ବାସ କରନ୍ତି । କିନ୍ତୁ ବିବାହ ପରେ କେଉଁ ଦେବି ଆକ୍ଟିଭ ହେବେ, ଏହା ସ୍ବାମୀଙ୍କ କର୍ମ ଉପରେ ନିର୍ଭର କରୁଛି ।"

Intro:Body:

asc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.