ETV Bharat / sitara

ଓଟିଟି ପ୍ଲାଟଫର୍ମରେ ‘ଶକୁନ୍ତଳା ଦେବୀ’ - ସୁଜିତ ସିରକାରଙ୍କ ନିର୍ଦ୍ଦେଶିତ ଫିଲ୍ମ ଗୁଲାବୋ ସିତାବୋ

ଖୁବଶୀଘ୍ର ବହୁ ପ୍ରତିକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ’ ମୋବାଇଲରେ ଦେଖିବାକୁ ପାଇବେ ଦର୍ଶକ। ଲକଡାଉନ ପାଇଁ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ଏହି ଫିଲ୍ମ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
author img

By

Published : May 15, 2020, 10:52 AM IST

ମୁମ୍ବାଇ: କୋରୋନା ସଙ୍କଟ ପୁରା ଦେଶରେ। ଏଥରୁ ବାଦ ପଡିନି ବଲିଉଡ। ଫିଲ୍ମ ସୁଟିଂରୁ ନେଇ ବଡ ବଡ ଇଭେଣ୍ଟକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ମେକର୍ସ ଡିଜିଟାଲ ମୁହାଁ ହେବାରେ ଲାଗିଲେଣି। ଧିରେ ଧିରେ କରି ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ଅନେକ ଫିଲ୍ମ। କିଛି ଦିନ ପୂର୍ବରୁ ସୁଜିତ ସିରକାର ନିଜ ନିର୍ଦ୍ଦେଶିତ ଫିଲ୍ମ ‘ଗୁଲାବୋ ସିତାବୋ’କୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ଘୋଷଣା କରିଥିଲେ । ଯେଉଁରେ ଅମିତାଭ ବଚ୍ଚନଙ୍କ ସହ ଆୟୁଷ୍ମାନ ଖୁରାନା ନଜର ଆସିବେ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ବିଦ୍ୟା ବାଲନଙ୍କ ଚର୍ଚ୍ଚିତ ଫିଲ୍ମ ‘ଶକୁନ୍ତଳା ଦେବୀ’।

ଏହାର ସୂଚନା ବିଦ୍ୟା ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ସେୟାର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି। ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଏହି ଘୋଷଣା କରିବାରେ ଖୁସି ଅନୁଭବ ହେଉଛି ଯେ ଆପଣ ଖୁବଶୀଘ୍ର ଶକୁନ୍ତଳାଦେବୀ ଆମାଜନ ପ୍ରାଇମ ଭିଡିଓରେ ଦେଖିବାକୁ ପାଇବେ। ଖୁସିର କଥା ଯେ ହେଲା ଆମେ ଆପଣଙ୍କୁ ଏପରି ପରିସ୍ଥିତିରେ ମନୋରଞ୍ଜନ କରିପାରିବୁ।

ପ୍ରକାଶ ଥାଉକି ମାନବ କମ୍ପ୍ୟୁଟର ତଥା ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ । ବିଦ୍ୟାଙ୍କ ସହ ଫିଲ୍ମରେ ଦଙ୍ଗଲ ଗାର୍ଲ ସନୟା ମଲହୋତ୍ରା ମଧ୍ୟ ନଜର ଆସିବେ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.