ETV Bharat / sitara

'ଶକୁନ୍ତଳା ଦେବୀ'ର ଟିଜର ଆଉଟ୍, ଏହି ଦିନ ରିଲିଜ ହେବ ଟ୍ରେଲର - 'ଶକୁନ୍ତଳା ଦେବୀ'ର ଟିଜର ଆଉଟ୍

ବିଦ୍ୟା ବାଲାନଙ୍କ ଆଗାମୀ ଚଳଚ୍ଚିତ୍ର 'ଶକୁନ୍ତଳା ଦେବୀ'ର ଟିଜର ରିଲିଜ ହୋଇସାରିଛି । ଯାହାକୁ ବିଦ୍ୟା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରି କହିଛନ୍ତି ଯେ, ଆସନ୍ତାକାଲି ଫିଲ୍ମର ଟ୍ରେଲର ରିଲିଜ ହେବ । ଅଧିକ ପଢନ୍ତୁ...

vidya balan shakuntala devi trailer will release tomorrow
'ଶକୁନ୍ତଳା ଦେବୀ'ର ଟିଜର ଆଉଟ୍, ଜାଣନ୍ତୁ ଏହି ଦିନ ରିଲିଜ୍ ହେବ ଟ୍ରେଲର
author img

By

Published : Jul 14, 2020, 7:14 PM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ’ ଦେଖିବାକୁ ଦର୍ଶକ ବ୍ୟାକୁଳ । ଆସନ୍ତାକାଲି ଅର୍ଥାତ୍ ଜୁଲାଇ 15 ରେ ବିଦ୍ୟାଙ୍କ ଅଭିନୀତ ଚଳଚ୍ଚିତ୍ର 'ଶକୁନ୍ତଳା ଦେବୀ'ର ଟ୍ରେଲର ରିଲିଜ ହେବାକୁ ଯାଉଛି ।

ଟ୍ରେଲର ରିଲିଜ ହେବା ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇସାରିଛି ।

ବିଦ୍ୟା ଏହି ଟିଜରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ଆସନ୍ତାକାଲି ତାଙ୍କ ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ।

ଟିଜର ରିଲିଜ୍ ହେବା ପରେ ବିଦ୍ୟା ଲେଖିଛନ୍ତି, ଜିନିୟସ ସେ ମିଲନେ କେ ଲିୟେ ତେୟାର ହୋ ଯାଇଏ, କଲ ରିଲିଜ ହୋଗା ଟ୍ରେଲର ।

ମ୍ୟାଥମେସିଟିକ୍ସ ଜିନିୟସ୍ ଶକୁନ୍ତଲା ଦେବୀଙ୍କ ଜୀବନରେ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ବିଦ୍ୟା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ବିଦ୍ୟାଙ୍କ ବ୍ୟତୀତ ସାନିଆ ମାଲହୋତ୍ରା ମଧ୍ୟ ତାଙ୍କ ଝିଅ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ଏଥି ସହିତ ଜିଶୁ ସେନଗୁପ୍ତା ଏବଂ ଅମିତ ସାଧ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଅନୁ ମେନନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁଲାଇ 31 ରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିବ ।

ଏହି ଫିଲ୍ମର ଡିଜିଟାଲ୍ ରିଲିଜ୍ ହେବ ବୋଲି ଫିଲ୍ମର ନିର୍ମାତା ପୂର୍ବରୁ ଘୋଷଣା କରିସାରିଛନ୍ତି ।

ନିକଟରେ ବିଦ୍ୟାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର 'ନଟଖଟ' ମଧ୍ୟ ରିଲିଜ ହୋଇଛି, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ବିଦ୍ୟା 'ଶକୁନ୍ତଳା ଦେବୀ' ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.