ହାଇଦ୍ରାବାଦ: ବିକି କୌଶଲ ପୁଣି ଥରେ ଟ୍ରାଫିକରେ ଫସି ରହିଛନ୍ତି । କାର ଜାମରେ ଫସି ରହିଥିବାବେଳେ ଭିକି କିଛି ରିଲ୍ ତିଆରି କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିକିଙ୍କ ଉତ୍ସାହ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ସେମାନେ ମଧ୍ୟ ତାଙ୍କୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି । ଖବର ମୁତାବକ, ଏହି ସମୟରେ କ୍ୟାଟ୍ରିନା କୈଫ୍ ତାଙ୍କର ଏକ ପ୍ରୋଜେକ୍ଟ ପାଇଁ ମାଲଦ୍ବୀପ ଯାଇଛନ୍ତି ।
- " class="align-text-top noRightClick twitterSection" data="
">
ଏହା ବି ପଢନ୍ତୁ: ମାଲଦ୍ବୀପରେ ଏକୁଟିଆ ମସ୍ତି କରୁଛନ୍ତି କ୍ୟାଟ୍ରିନା, ଫଟୋ ଭାଇରାଲ
ବିକି ସୋସିଆଲ ମିଡିଆରେ ନିଜର ଏହି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ବହୁତ ଉତ୍ସାହ ସହ ନଜର ଆସିଛନ୍ତି । ବିକି ଏହି ରିଲ୍ସରେ ଅକ୍ଷୟ କୁମାରଙ୍କ ଫିଲ୍ମ 'ବ୍ଲୁ'ର ଟାଇଟଲ୍ ଗୀତରେ ଏକ ଭିଡିଓ ସୁଟ୍ କରିଛନ୍ତି। ଏହି ରିଲ୍ସରେ ବିକି ତାଙ୍କ ଚଷମାକୁ ପ୍ରପ୍ସ୍ ଭାବରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ବିକିଙ୍କ ଏହି ରିଲ୍ ଉପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି ।
ବର୍ତ୍ତମାନ କ୍ୟାଟ୍ରିନା କୈଫ ମାଲଦ୍ବୀପରେ ଅଛନ୍ତି। ମାଲଦ୍ବୀପରେ କ୍ୟାଟ୍ରିନା କୈଫ ଖୁବ ମସ୍ତି କରୁଥିବା ଫଟୋ ମଧ୍ୟ ଭାଇରାଲ ହେଉଛି। ଏହାର ସବୁଠାରୁ ବଡ କାରଣ ହେଉଛି ସେ ନିଜ ପ୍ରିୟ ସ୍ଥାନରେ ଅଛନ୍ତି । ସେ ମାଲଦ୍ବୀପକୁ ତାଙ୍କର ଖୁସିର ସ୍ଥାନ ବୋଲି କୁହନ୍ତି। ତେବେ ବିକି ତାଙ୍କ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଥିବାରୁ କ୍ୟାଟ୍ରିନା କୈଫଙ୍କ ଏହି ଯାତ୍ରାରେ ସେ ନାହାଁନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ