ETV Bharat / sitara

ଇତିହାସ ସୃଷ୍ଟି କଲା ଫିଲ୍ମ 'ଉରି', ଆୟ କଲା 240 କୋଟି - movie

'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ'ର ନୂଆ ରେକର୍ଡ । 240 କୋଟିରେ ଅଭିନେତା ବିକ୍କୀ କୌଶଲଙ୍କ ଫିଲ୍ମ ଉରି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 8, 2019, 5:12 AM IST

ହାଇଦ୍ରାବାଦ: ଅଭିନେତା ବିକ୍କୀ କୌଶଲ ଫିଲ୍ମ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ' 250 କୋଟି କ୍ଲବରେ ସାମିଲ ହେବାର ପାଖାପାଖି ହୋଇସାରିଲାଣି । ଫିଲ୍ମ କ୍ରିଟିକ୍ସଙ୍କ ଅନୁଯାୟୀ ଜାନୁଆରୀ 11ରେ ରିଲିଜ ହୋଇଥିବା ଏହି ଫିଲ୍ମ ସୋମବାର 240 କୋଟି ଟଙ୍କା ଆୟ କରିସାରିଛି । ବର୍ତ୍ତମାନ 'ଉରି' ରଣଭୀର ସିଂହ ଓ ସାରା ଅଲ୍ଲୀ ଖାନଙ୍କ ଷ୍ଟାରର ଫିଲ୍ମ 'ସିମ୍ବା'କୁ ମଧ୍ୟ ପଛରେ ପକାଇଦେଇଛି ।

ଜଣେ କ୍ରିଟିକ କହିଛନ୍ତି କି 'ଉରି' ଏବେ 'ଦଙ୍ଗଲ', 'ପିକେ', 'ସଞ୍ଜୁ' ଏବଂ 'ବାହୁବାଳି-2'ର କ୍ଲବରେ ସାମିଲ ହୋଇସାରିଲାଣି । ଭାରତରେ 'ଟାଇଗର ଜିନ୍ଦା ହେ', 'ବଜରଙ୍ଗୀ ଭାଇଜାନ୍' ଏବଂ 'ପଦ୍ମାବତ' ଫିଲ୍ମକୁ ଅଧିକ ଆୟ କରିଥିବା ଫିଲ୍ମରେ ଗଣାଯାଇଥାଏ ।

ସୂଚନା ଅନୁଯାୟୀ 'ବାହୁବଳି' ଠାରୁ ଗଣନା କରାଗଲେ ଭାରତରେ ସବୁଠାରୁ ବଡ ଆୟ କରିଥିବା ଫିଲ୍ମ 10ତମ ସ୍ଥାନରେ ସ୍ଥାପନ ପାଇଛି । ଫିଲ୍ମ ଏଯାବତ୍ 240 କୋଟି ଆୟ କରିସାରିଲାଣି ।

ପ୍ରକାଶ ଥାଉକି ଆଦିତ୍ୟ ଧରଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ' ଫିଲ୍ମ 2016ରେ କାଶ୍ମୀର ଉରି ଆକ୍ରମଣ ଜବାବରେ ଭାରତୀୟ ସେନା ଦ୍ବାରା ଆତଙ୍କବାଦୀ ସଂଗଠନରେ ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ।

Intro:Body:

ମୋଦିଙ୍କୁ ଦିଗବିଜୟଙ୍କ ଚ୍ୟାଲେଞ୍ଜ: ମାମଲା ରୁଜୁ କରିବାକୁ ଦେଲେ ଆହ୍ବାନ

ନୂଆଦିଲ୍ଲୀ:  ପୁଲୱାମାରେ ଆତଙ୍କବାଦୀଙ୍କ ହମଲାକୁ ଦୁର୍ଘଟଣାର ନା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବେ ମୋଦି ସରକାରକୁ ସିଧାସଳଖ ଦେଇଛନ୍ତି ଚ୍ୟାଲେଞ୍ଜ । ଯଦି ହିମତ ଅଛି ମୋ ବିରୋଧରେ ମାମଲା ରୁଜୁ କର । ଗତକାଲି ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଦିଗ ବିଜୟ ଆଉ ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ ।

ମୋଦି ସରକାରକୁ ସିଧାସଳଖ ନିଶାନା କରି ଦିଗବିଜୟ ନିଜ ଟ୍ବିଟରେ କହିଛନ୍ତି 'ତମେ ଆଉ ତମ ମନ୍ତ୍ରୀ ମତେ ପାକିସ୍ତାନୀ ସପୋର୍ଟର ବା ଦେଶଦ୍ରୋହୀର ଆଖ୍ୟା ଦେଇ ସାରିଛ, ଦିଲ୍ଲୀରେ ଯେଉଁଠି ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ଯଦି ସାହାସ ଅଛି ମୋ ବିରୋଧରେ କେସ ଫାଇଲ କର' ।

ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାନା ବନାଇଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.