ମୁମ୍ବାଇ: ଏହି ସମୟରେ ସାମାଜିକ ଦୂରତା ଯେତେ ଅଧିକ ହେବ, କରୋନାଭାଇରସର ବିସ୍ତାର ହେବାର ସମ୍ଭାବନା ସେତେ କମ୍ ହେବ ।
ଏହି ପରିସ୍ଥିତି ମଧ୍ୟରେ ଅଭିନେତା ବିକ୍କୀ କୌଶଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ସେ ତାଙ୍କ ଟ୍ରେନରଙ୍କ ସହ ଫାଇଟ କରୁଥିବାର ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଭିଡିଓରେ ବିକ୍କୀ ତାଙ୍କ ଟ୍ରେନରଙ୍କ ଠାରୁ ନିଜକୁ ରକ୍ଷା କରୁଥିବାର ନଜର ଆସିଛନ୍ତି । ସେ ଏହି ଭିଡିଓର କ୍ୟାପସନ ଦେଇଛନ୍ତି, ‘ହ୍ୟାଣ୍ଡସେକ ଆଣ୍ତ ହାଇ ଫାଇଭସ’ । ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ବିକ୍କୀ ଆଜିକାଲି ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି ।
ନିକଟରେ ବିକ୍କୀ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କଳା ରଙ୍ଗର ଜ୍ୟାକେଟ୍ ପିନ୍ଧି ଏକ ସୁନ୍ଦର ବାଦାମୀ ରଙ୍ଗର ଘୋଡା ଉପରେ ବସିଥିବାର ନଜର ଆସିଥିଲେ ।
ଲକଡାଉନ ଲାଗୁ ହେବା ପରଠାରୁ ବର୍ତ୍ତମାନ ବିକ୍କୀ ମୁମ୍ବାଇରେ ଥିବା ଘରେ ରହୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ